STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ତୁମେ ହିଁ ଅନ୍ତର ତମ

ତୁମେ ହିଁ ଅନ୍ତର ତମ

1 min
16

 ତୁମେ ମାତା ତୁମେ ତୁମେ ବନ୍ଧୁ ସଖା ତୁମେ ହିଁ ଅନ୍ତର ତମ ପ୍ରତି ମୁହୂର୍ତ୍ତରେ ପାଖେ ପାଖେ ରହି ସରସ କରୁଛ ପ୍ରାଣ। ପ୍ରାଣୀଙ୍କ ମଙ୍ଗଳ କରୁଛ ବୋଲି ହେ ତୁମେ ମଙ୍ଗଳ ଦାୟକ ତୁମେ ସତ୍ୟ ନ୍ୟାୟ ସୁନ୍ଦର ପ୍ରତୀକ ଭବ ଭୟର କାରକ। ଯିଏ ଯେମିତିକା ଭାବନାରେ ଆଣେ କବଳିତ ତାହା ମନ ତୁମେ କଳ୍ପବଟ ତୁମେ ମହାକାଳ ନୀଳାଚଳ ଦାରୁବ୍ରହ୍ମ। ଜୀବନ ଯେଉଁଠି ଯନ୍ତ୍ରଣା ସେଇଠି ତୁମେ ଉପଶମ ଦାତା ତୁମରି ବ୍ରହ୍ମାଣ୍ଡ ତୁମ ଶାସନରେ ତୁମେ ତା ଭାଗ୍ୟ ବିଧାତା। ତୁମ ବିନା ସୃଷ୍ଟି ପଦାନତ ହୁଏ ସକଳ ଭାଗ୍ୟ ନିୟନ୍ତା ତୁମେ ଥାଉ ଥାଉ ଲୋଡ଼େ ନି କାହାକୁ କାହିଁକି କରିବି ଚିନ୍ତା ? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action