STORYMIRROR

DR PRASANTA KUMAR BISWAL

Action Classics Inspirational

4  

DR PRASANTA KUMAR BISWAL

Action Classics Inspirational

ହେ ମହାରଥୀ ତୁମ ଅବର୍ତ୍ତମାନେ

ହେ ମହାରଥୀ ତୁମ ଅବର୍ତ୍ତମାନେ

1 min
394

ନେତାଜୀ

ନୁହଁନ୍ତି ଆପଣ ଏକ ବ୍ୟକ୍ତି 

ଦର୍ଶନ ଆଦର୍ଶର ବଳିଷ୍ଠ ଚୁକ୍ତି, 

ସଂକଳ୍ପ ଥିଲା ତୁମ 

ସତ୍ୟ ଲାଗି କ୍ରାନ୍ତି 

ଉଦାତ୍ତ ଆହ୍ୱାନେ ଅଭିମନ୍ତ୍ରିତ ଥିଲା 

ଜନ୍ମଭୂମିର ମୁକ୍ତି। 

ଜୀବନ ତୁମ ଖୋଲା ପୁସ୍ତକ 

ସଂଗ୍ରାମ, ସଫଳତାର 

ଗାଥା ସବୁ ବଖାଣେ,

ସ୍ବାଧୀନତା ପ୍ରାପ୍ତି ଥିଲା ସହଜ

ଆଜାଦ ହିନ୍ଦୀ ଫୌଜ ଗଠନେ ।

ଛନ୍ଦ ଛଳନାର ପ୍ରଲୋଭନ 

ଭ୍ରମିତ କରି ନ ଥିଲା ଦିନେ

ମଥାନତ କଲନାହିଁ ମିତ୍ରଶକ୍ତି ପାଶେ,

ଶ୍ରେଷ୍ଠ ମଣିଲ

ବିଦେଶେ ଆତ୍ମଗୋପନେ,

ହେ ମହାରଥୀ, ତୁମ ଅବର୍ତ୍ତମାନେ 

କାନ୍ତି ଶ୍ରେଷ୍ଠ, ନୀତି ଭ୍ରଷ୍ଟ 

ଆତ୍ମ ପ୍ରଚାର ପ୍ରଦର୍ଶନେ।

ପଦ ପଦବୀ ଲାଗି ସକଳ ବିବ୍ରତ 

ପ୍ରତିଭା ଛାଡି ପ୍ରତିମା ପୂଜିତ

ସତେ ଅବା ଏ ସମାଜ ଧାରା

ସର୍ବତ୍ର ବିରାଜିତ। 

ଶାନ୍ତି ତ ଅପହଁଞ୍ଚ, ତ୍ୟାଗ ଉତ୍ସର୍ଗ ବିହୁନେ

ମୁକ୍ତି ପରାହତ ବିନା ବଳିଦାନ ଜୀବନେ

ଏ ଦର୍ଶନ ବିନା ତମସା ଆସଇ ଘେରି

ଯାହାର ଅଭାବେ ସକଳ ହୁଅନ୍ତି ବଇରୀ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action