STORYMIRROR

DR PRASANTA KUMAR BISWAL

Inspirational Thriller Children

4  

DR PRASANTA KUMAR BISWAL

Inspirational Thriller Children

ସଫଳ ଜୀବନ- 2

ସଫଳ ଜୀବନ- 2

1 min
13

ସଫଳ ଜୀବନ- 2 ==========
ଅନ୍ୟ ସୁଖ ଦେଖି ବ୍ୟଥିତ ଯା ପ୍ରାଣ
 ପାଞ୍ଚେ ସୁଖ ଲୋଟିବାକୁ
 ପ୍ରତ୍ୟକ୍ଷରେ ପ୍ରିୟ ପଛରେ ବିନାଶ
 ଧନ୍ୟ ବଡ ପଣିଆକୁ।1
ହାକିମାତି କରି ରାୟ ସେ ଦିଅନ୍ତି
 ଉଚ୍ଚ ପଦବୀରେ ରହି ,
ପଦବୀରେ ବସି ଫୁଟାଣି ମାରୁଚ
 କେହିନୁହଁ ଚିରସ୍ଥାୟୀ ।2
ମନ ନ ଚିହ୍ନି ଯେ ପ୍ରଭୁ ପଣ କରେ
 ଅହଙ୍କାର ନିଶା ଗ୍ରସ୍ତ ,
 ଶୋଷଣ ଲୁଣ୍ଠନେ ବ୍ୟସ୍ତ ଯାର ମନ
 ସେ କାହୁଁ କରିବ ହିତ ।3
ଚାରଣା ଦେଇକି ବାରଣା ଆଣିବ
 ବଣିକ ବୁଦ୍ଧି ଯାହାର
 ସେ କାହୁଁ କରିବ ମାନବ କଲ୍ୟାଣ
 ତ୍ୟାଗ ସେବା ବହୁ ଦୂର।4
ପର ଖୁସି ଦେଖି ଜଳୁଥାଏ ଛାତି
 କେବେବି ପାରେନି ସହି
 ନିଜ ସ୍ବାର୍ଥ ଲାଗି ଅକର୍ମ କରେ ସେ
 କେମିତି ସହୁଛି ମହି।5
 ଅଢେଇ ଦିନକୁ ବଡିମା ଦେଖାଇ
 ମଣଇ ଧରାକୁ ସରା,
ପଦବୀ ଭାଉରେ ସମ୍ମାନ ଆଶାରେ
 ମେଲାଅ ମିଥ୍ୟା ପସରା।6
ମଣିଷ ହୋଇଣ ମାନବତା ଶୂନ୍ୟ
 ରାଜୁତି କରିବ କେତେ,
ପଦ ଚାଲିଗଲେ ପୁଛିବେନି କେହି
 ସ୍ବାର୍ଥ ଲାଗି ଭିଡ଼ ଯେତେ।7
 ସହିବାଟା ନୁହେଁ ଦୁର୍ବଳତା ଭାଇ
 ଅଧର୍ମେ ଶିକଞ୍ଜ ତାକୁ,
ସହିଷ୍ଣୁତା ଯଦି ସୀମା ଲଂଘି ଯିବ
 ପ୍ରଳୟ ଆସେ ମର୍ତ୍ତ୍ୟକୁ।8
ମଣିଷ ଦେହରେ ଦିବ୍ୟ ଜ୍ଞାନ ଦେଖି
 ସନ୍ତୋଷ ପରମେଶ୍ବର,
 ଅମୃତ ସନ୍ତାନ ଉଦୟେ ଚୈତନ୍ୟ
 ଚିତ୍ତ ନକର ବିକାର।9
କର୍ମ ଅନୁସାରେ ଜୀବନ ଲଭଇ
 କୃତ କର୍ମେ ଏ ବିଭବ,
ଏହି ଜନମରେ କି ହିସାବ ଦେବ
ବେଳଥାଉଁ ତାହା ଭାବ।10
ସୁଖ ଦେଉଥିଲେ ଆନନ୍ଦ ମିଳଇ
 ଧ୍ରୁବ ସତ୍ୟ ଜାଣିରଖ,
ସେବା ସହଯୋଗ ସ୍ନେହରେ ସଂଯୋଗ,
ଦାନେ ନହୁଅ ବିମୁଖ।11
ମୁଁ କାର ଭାବରେ ପରଶ୍ରୀ କାତରେ
 କେତେ ଦେଖାଉଚ ନାଟ
 ସମୟ ସୁଯୋଗ ନଥାଏ ସର୍ବଦା
 ନିସଂଗ ହୋଇବ ହାଟ।12
ମାନବ ଭିତରେ ମାଧବ କୁ ଚିହ୍ନି
 ସେବୁଥିଲେ ନୀରନ୍ତର,
ମାନବ ଜୀବନ ସଫଳ ହୋଇବ
 ଧନ୍ୟ ଜୀବନ ତାହାର।13
==========
ଶୁଭାନୁଦ୍ଧାୟୀ ଦାସାନୁଦାସ ପ୍ରଶାନ୍ତ କୁମାର ବିଶ୍ବାଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational