STORYMIRROR

DR PRASANTA KUMAR BISWAL

Classics Inspirational Children

4  

DR PRASANTA KUMAR BISWAL

Classics Inspirational Children

ବାପା

ବାପା

1 min
2

ବାପା
*********
ବିଶ୍ୱାସର ବତୀଘର
 ଭରସାର ସ୍ୱର୍ଗପୁର
 ତିତିକ୍ଷାର ସରୋବର
 ସ୍ନେହ ମମତାର ସୀମାହୀନ ସାଗର
 ସେଇ ମୋବାପା ଈଶ୍ବରଙ୍କ ଅବତାର
 ସନ୍ତାନ ସୁଖର ପ୍ରମୋଦ ଉଦ୍ୟାନ
 ଚତୁଷ୍ପଦ ଅସ୍ଵସାଜି ପୃଷ୍ଠାଦେଶେ କରେ ଉପବେଶନ , ସଂହତିର ସମ୍ମୋହନ
 ହାତଧରି ଚାଲିଶିଖାଇବାରୁ
ସଂସାରରେ ଚଳିବାଲାଗି ଶୃଙ୍ଖଳା ଜ୍ଞାନ
 ମନେପଡେ ଆଜି ବାପାଙ୍କର ଅତୁଳ ଅବଦାନ।
ସଂସାର ନୀଳାଚଳରେ ସେ ନୀଳ କଳ୍ପବଟ,
କାମନା ପୂର୍ତ୍ତିରେ ଅଭୟ ପ୍ରକଟ,
ବାପା, ଅକଳ୍ପ, ନିର୍ବିକଳ୍ପ,
ନାହିଁ ବିକଳ୍ପ, ସଂସାରେ ପ୍ରଘଟ।
ସୁଖବାଣ୍ଟିବାରେ ଯା'ର ଆନନ୍ଦ,
 ସନ୍ତାନର ଗାଳି ଅପମାନର ଗରଳକୁ
 ଆକଣ୍ଠ ପାନକରି ସୁଖଦେବାର ଆନନ୍ଦ
 ବାପାଙ୍କ ଅନୁପସ୍ଥିତିରେ ଜୀବନ କଣ୍ଟକିତ
 ତାଙ୍କ ତ୍ୟାଗ ତିତିକ୍ଷାରେ ସନ୍ତାନର ସୁଖ ପ୍ରମାଣିତ।
 ଚଳନ୍ତି ଦେବତା, ଆସୁ ସୁଖଦାତା
 ସାରା ଜଗତେ ଅଭିହିତ,
କିନ୍ତୁ ସେ ଆଜି ଲାଞ୍ଛିତ ଅପମାନିତ
 ସନ୍ତାନ ଦ୍ଵାରା ଅବହେଳିତ
 ବାର୍ଦ୍ଧକ୍ୟରେ,ଜରାନିବାସରେ
 ଅସହାୟରେ କରନ୍ତି ଅତିବାହିତ ---------++++++------------- ଡଃ ପ୍ରଶାନ୍ତ କୁମାର ବିଶ୍ବାଳ


Rate this content
Log in

Similar oriya poem from Classics