STORYMIRROR

MADHU MITA

Classics Inspirational

5  

MADHU MITA

Classics Inspirational

ଧାତ୍ରୀ

ଧାତ୍ରୀ

1 min
454


କ୍ଷମତା ଅଛି ...

ଅନ୍ଧକାର ଜାଳି ଦେବାର..

ସେଥିପାଇଁ ସେ ପ୍ରଦୀପ..

ସାକ୍ଷର ବହେ ପ୍ରକାଶର...

ଆବଶ୍ୟକ ତାର ସଳିତାଟିଏ..

ଦରକାର କିଛି ଘୃତ ତୈଳର...


କ୍ଷମତା ଅଛି ଖୁସି ଦେବାର।।

ଜନ୍ମ ନେଇ ସେ ଆସିଥାଏ...

ମନ ଅନ୍ଧାର ଦୂରେଇ ଥାଏ..

ସେଥିପାଇଁ ସେ କୁଳପ୍ରଦିପ...

ଦରକାର ପରିଚୟଟିଏ ତାର ..

ପିତା ନାମ ତଥା ସମାଜର...


କ୍ଷମତା ଶୂନ୍ୟ ଅବୟବ ତାର...

ଆଲୋକ ପଥେ ଯେ ଅପାଂକ୍ତେୟ..

ଦିପାଳୀ ର ଅନ୍ୟ କି ପରିଚୟ..

ସଳିତା ନ ଥିଲେ ସେ କି ଦୀପ!!

କାହା ନାମେ ସେ କୁହାଏ ପ୍ରଦୀପ..??

ଗର୍ଭ ରେ ଧରିବା ଧର୍ମ ତାର...

ଅଲୋଡା ଅନ୍ୟ ସ୍ଵୀକୃତି ତାର...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics