STORYMIRROR

MADHU MITA

Inspirational

3  

MADHU MITA

Inspirational

ସନେଟ୍...ସମୟର ମୂହୁର୍ତ୍ତ ପ୍ରେମ

ସନେଟ୍...ସମୟର ମୂହୁର୍ତ୍ତ ପ୍ରେମ

1 min
176


ସମୟ କୁହଇ ମୁହୂର୍ତ୍ତକୁ ଶୁଣ ଅଟକି ଯିବକି ଥର

ସ୍ମୃତି ହୋଇଯିବା ପୂର୍ବରୁ ମୋ ସଙ୍ଗେ ରହିଯିବକି ଏଠାରେ

ସାଇତି ରଖିବା କିଛି ଆମ ପାଖେ ନେଵେନି ଛଡେଇ କେହି

ମୋ ଗର୍ଭରେ ତୁମେ ଲୁପ୍ତ ହୋଇବନି ରହିବ ମୋହର ହୋଇ…!!


ଚାଲିବି ନାହିଁ ମୁଁ ମୋହରି ବାଟରେ ତୁମକୁ ଏକଲା କରି

ସବୁବେଳେ ତୁମ ସ୍ୱଳ୍ପ ଆୟୁଷଟି ସାଜଇ ମୋହର ବୈରୀ

ଅନନ୍ତ ହୋଇ ମୁଁ ବଢ଼ି ଯାଉଅଛି ନିସଙ୍ଗ ହୋଇ ଆଗକୁ

ତୁମ ପ୍ରେମ ମୋତେ ଆହ୍ବାନ ଦେଉଛି ତୁମ ସହ ରହିବାକୁ…!!


ମୁହୂର୍ତ୍ତ କହିଲା ଏତକ ତ ସତ ମୋ ଜୀବନ କ୍ଷଣିକର

ଝରିପଡେ ମୁଁ ଯେ ଆଖି ପିଛୁଳାକେ ନୁହଁଇ କାହା ନିଜର

ତୁମେ ତ ଅନନ୍ତ ଅସୀମ ସମୟ କ୍ଷମତା ଅପରିସୀମ

ରହିବା ମୋ ପାଇଁ ସମ୍ଭବ ନୁହଁଇ ସୀମିତ ମୋର ଜୀବନ…!!


କହିବା ଶୁଣିବା ଅଟକିଲା ଯେବେ ଅନ୍ୟ ମୁହୂର୍ତ୍ତ ଆସିଲା

ସେହି ମୁହୂର୍ତ୍ତକୁ ପଛରେ ପକେଇ ସମୟ ଆଗେଇ ଗଲା…!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational