STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ତୁହି ମା ଉତ୍କଳ ଭୁଇଁ

ତୁହି ମା ଉତ୍କଳ ଭୁଇଁ

1 min
27K



ତୋହରି କୋଳରେ ଜନମ ନେଇଛି

ଭୁଲି ମୁଁ ପାରିବି ନାହିଁ॥

ତୋ କୋଳରେ ଖେଳି ବୁଲି

ଶୈଶବରୁ ଆସି ଶେଷ ପାହାଚରେ

ବାହୁଡିବା ବାକି ଖାଲି॥

ଗଢା ତୋର ଉପାଦାନେ

ତୋ ନିନ୍ଦା କଲେ କେ ପ୍ରତିରୋଧ କରେ

ଶୁଣିପାରେ ନାହିଁ କର୍ଣ୍ଣେ॥

ତୋ ଐତିହ ତୋ ସଂସ୍କୃତି

ବହୁ ପୂରାତନ ଅତ୍ୟନ୍ତ ମହାନ

ଶୁଣି ଫୁଲି ଉଠେ ଛାତି॥


ଖଣି ସଂପଦରେ ଭରା

ସବୁଜ ବନାନୀ ପାହାଡ ପର୍ବତ

କଳା କୀର୍ତ୍ତି ଅପାସୋରା॥

ଚନ୍ଦ୍ରଭାଗାର କୂଳେ

ସ୍ଥାପତ୍ୟ କଳାର ଅନୁପମ କୃତି

କୋଣାର୍କ ଅଶ୍ରୁ ଢାଳେ॥

ସୁଦୀର୍ଘ ସାଗର କୂଳ

ସଙ୍ଗରେ ରହିଛି ସୁରମ୍ୟ ଚିଲିକା

ନାନା ଜାତି ପକ୍ଷୀ ଠୁଳ॥


ସାଧବ ପୁଅଙ୍କ କୃତି

ନୌବାଣିଜ୍ୟ କରି ଆଣୁଥିଲେ ରାଜ୍ୟେ

ଅମାପ ଧନ ସଂପତ୍ତି॥

ପୂରାତନ ତୋର ଭାଷା

ଶାସ୍ତ୍ରୀୟ ସ୍ୱୀକୃତି ପାଇଅଛି ଆଜି

ମନେ ଭରେ କେତେ ଆଶା॥

ସବୁ ଥାଇ ତୋର ପାଶେ

ନିଜକୁ ଗରିବ କାହିଁକି କହୁଛି

ଓଡିଆ ଆଜି ଏ ଦେଶେ॥

ଶୁଣ ହେ ଓଡିଅା ଜାତି

ନାହିଁ ଆଉ ବେଳ ଉଠ ଚଞ୍ଚଳ

ରଖ ଓଡିଶାର ଖ୍ୟାତି॥




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational