ଡେରିରେ ହେଲେ ବି ପଶିଲା ଚେତା ====================
ଡେରିରେ ହେଲେ ବି ପଶିଲା ଚେତା ====================
ରାଜ୍ୟ ମାନଙ୍କରେ
ସରିଗଲା ନିର୍ବାଚନ
ଦେଶର ସଂକଟ ମୁଣ୍ଡରେ ପଶିଲା
ଏବେ କରୁଅଛ ନିବେଦନ ||
ପଶ୍ଚିମ ଏସିଆ ଯୁଦ୍ଧ ଚାଲିଥିଲା
ଘଟିବ ତୈଳ ସଂକଟ
ଜାଣି ଏହି କଥା ତଥାପି ମିଛରେ
ମାରୁଥିଲ ବାହାସ୍ଫୋଟ ||
ତୈଳର ଅଭାବ ହେବନାହିଁ ବୋଲି
ସେତେବେଳେ କହୁଥିଲ
ଆଜି ତୈଳ ଖର୍ଚ୍ଚ କାଟ କରିବାକୁ
ଦେଉଛ କିଆଁ ଅକଲ ||
ଅସଲ କଥାଟା ନିର୍ବାଚନ ବେଳେ
ତୈଳ ଦର ବୃଦ୍ଧି କଲେ
କାଳେ ରାଗିବେ ଭୋଟର
ଦେବେନାହିଁ ଭୋଟ
ବିରୋଧୀ ଜିତିବେ ଭଲେ ||
ପଶ୍ଚିମ ଏସିଆ ଯୁଦ୍ଧ ଆରମ୍ଭରୁ
ଯଦି ଏଥିପାଇଁ ମନ
ଦେଇଥାନ୍ତ ଯଦି ଦେଖିବାକୁ ଆଜି
ପଡିନଥାନ୍ତା ଏ ଦିନ ||
ଏ ସବୁ ନାଟକ ଏବେ କରୁଅଛ
ତୈଳ ଦର ବୃଦ୍ଧି ପାଇଁ ,
ବୁଲେଇ ବଙ୍କେଇ ଯେତେ ଯାହା କଲେ
ଅଛପା କାହାକୁ ନାହିଁ ||
********
