STORYMIRROR

Bauribandhu Lenka

Others

4  

Bauribandhu Lenka

Others

ଅସ୍ଥିର ଏ ବିଶ୍ୱ ========

ଅସ୍ଥିର ଏ ବିଶ୍ୱ ========

1 min
0


ସମୟ ଚକ୍ରରେ  ବଦଳୁଛି ଆଜି ବିଶ୍ୱ
କା ପାଖେ ଅମାପ ଧନ ଆଉ କିଏ ନିଶ୍ୱ ||
ଦେଶ ଦେଶ ମଧ୍ୟେ ନାହିଁ ଆଜି ସଦଭାବ
ମହାଶକ୍ତି ମାନଙ୍କର ନାନା ଉପଦ୍ରବ ||
ଆକାଶଟା ସାରା ଖାଲି କ୍ଷେପଣାସ୍ତ୍ରମୟ
ସର୍ବସାଧାରଣ ଜନତାର ମୃତ୍ୟୁ ଭୟ ||
ରୁଷିଆ ୟୁକ୍ରେନ ଚାରିବର୍ଷ ଲଢିଲେଣି
ଆଜିଯାଏ ସମାଧାନ ହୋଇପାରିଲାନି ||
ତା ସାଙ୍ଗକୁ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ
ଖଣିଜ ତଇଳ ଆଣିବାକୁ ରାସ୍ତା ବନ୍ଦ ||
ସିଲିଳ ସମାଧି ନେଲେଣି କେତେ ଜାହାଜ
ପାଣିରେ ଭାସୁଛି ତୈଳ ଆସ୍ତରଣ ଆଜ ||
ସବୁ ଦେଶେ ଏବେ ପଡିଛି ତୈଳ ସଂକଟ
ଦରଦାମ ଏବେ ବଢି ହେଲାଣି ଉତ୍କଟ ||
ଯୁଦ୍ଧେ ରତ ଦେଶମାନଙ୍କର ମୁହଁ ଟାଣ
ନିଜ ଦେଶ ସ୍ଥିତି ନ କରିଣ ଆକଳନ,
ବାହାସ୍ଫୋଟ ମାରି ଦିଅନ୍ତି ରଣ ହୁଙ୍କାର
ଶତ୍ରୁର ଦେଶକୁ କରିଦେବେ ଛାରଖାର ||
ତୃତୀୟ ବିଣ୍ୱ ଯୁଦ୍ଧ ହେଲାଣି ଆସନ୍ନ
ପରମାଣୁ ବୋମା ବ୍ୟବହାର ହେବ ଜାଣ ||
ବେଳ ଥାଉ ଥାଉ ନ ହେଲେ କିଛି ଉପାୟ
ମାନବ ସଭ୍ୟତା ଧ୍ୱଂସ ହେବ ଏହା ତୟ ||
ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ଥତା ଦରକାର
ସେଥିପାଇଁ ଆବଶ୍ୟକ ଦକ୍ଷ ନେତାଙ୍କର ||
ନହେଲେ ଏ ପୃଥ୍ୱୀ ହୋଇଯିବ ଛାରଖାର
ହେ ମୋ ବିଶ୍ୱବାସୀ ଭୁଲି ବୈର ଭାବ
             କର କିଛି ପ୍ରତିକାର ||


    *******





Rate this content
Log in