STORYMIRROR

Bauribandhu Lenka

Crime

4  

Bauribandhu Lenka

Crime

ଏକ ଆତ୍ମଘାତୀ ଆତଙ୍କବାଦୀ

ଏକ ଆତ୍ମଘାତୀ ଆତଙ୍କବାଦୀ

2 mins
4

ଆତ୍ମଘାତୀ ଆତଙ୍କବାଦୀ
==============
ହଠାତ୍ ଥରି ଉଠିଲା ଭୟଙ୍କର ଶବ୍ଦରେ
ସଂଧ୍ୟା ସମୟର ଜନଗହଳି ଥିବା
ଲାଲକିଲାର ସମ୍ମୁଖ ଅଞ୍ଚଳ |
ଏଣେତେଣେ ଧାଉଁଥିଲେ ଲୋକମାନେ
ଆର୍ତ୍ତଚିତ୍କାର କରି ଜୀବନ ବଞ୍ଚାଇବାକୁ |
ଆତ୍ମଘାତୀ ଆତଙ୍କବାଦୀର
କାର୍ ବୋମା ବିସ୍ଫୋରଣରେ
ବୃତ୍ତାକାରରେ ଖେଳିଯାଇଥିଲା
ଲେଲୀହାନ୍ ବହ୍ନିଶିଖାର ସ୍ଫୁଲିଙ୍ଗମାନ |
ବିକ୍ଷିପ୍ତ ହୋଇ ପଡିଥିଲା ଏଣେତେଣେ
ମଣିଷମାନଙ୍କର ଖଣ୍ଡିତ ଅଙ୍ଗ ପ୍ରତ୍ୟଙ୍ଗସବୁ |
ଚତୁର୍ଦିଗରୁ ଧାଇଁ ଆସୁଥିଲା ବିକଟାଳ ଶବ୍ଦକରି
ଆମ୍ବୁଲାନ୍ସ ଏବଂ ଫାୟର୍ ବ୍ରିଗେଡ୍ ର ଗାଡିମାନ |
ପଡିରହିଥିଲା କ୍ଷତାକ୍ତ ଲୋକମାନଙ୍କର
ରକ୍ତାତ ଶରୀର ସବୁ  ମୃତ୍ୟୁକୁ ଅପେକ୍ଷାକରି |
କ୍ଷତାକ୍ତ ଓ ସଂପର୍କୀୟଙ୍କ ଭିଡ ଲାଗିଥିଲା,   
ନିକଟସ୍ଥ ଏଲ୍ ଏନ୍ ଜେ ପି ହସ୍ପିଟାଲରେ |
ଚାହୁଁ ଚାହୁଁ  ଖେଳି ଯାଇଥିଲା
ଦେଶ ତଥା ବିଶ୍ୱର  ଚାରିଆଡେ
ଏଇ ଲୋମହର୍ଷଣକାରୀ ଦୃଶ୍ୟର ଖବର |
ଦେଶଦ୍ରୋହୀ ମୁସଲମାନ୍ ଆତଙ୍କବାଦୀମାନେ
ଦିଲ୍ଲୀକୁ ଦୋହଲେଇବା ପାଇଁ କରିଥିବା ଷଡଯନ୍ତ୍ରର
ଏହା ଥିଲା  ଏକ ଛୋଟ ନମୂନା ମାତ୍ର |
ସତରେ କି ବିଭତ୍ସ ଏହି ପରିକଳ୍ପନା !
ଯେଉଁ ମାଟି ମାଆର କୋଳରେ ଜନ୍ମନେଇ ,
ଯାହାର ପାଣି ପବନରେ ବଢି,
ମାନବ ସେବା  କରିବା ପାଇଁ ଡାକ୍ତରୀ ପାଠ ପଢିଥିଲା,ସେଇ ମାଆର ସନ୍ତାନ ମାନଙ୍କୁ ମାରିଦେବା
ପରି ବର୍ବର ଅମାନୁଷିକ କାଣ୍ଡ
କିପରି କରିପାରିଲା ସେ ?
ଉଚ୍ଚ ଶିକ୍ଷା ଲାଭକରିବା ପରେ ଏହା କଣ ଥିଲା
ତା'ର ଦେଶ ପ୍ରତି ଅବଦାନ ?
କୌଣସି ଧର୍ମ କଣ କେବେ ଅନ୍ୟଧର୍ମ ପ୍ରତି
ହିଂସ୍ରଭାବ ପୋଷଣ କରିବାକୁ ମାର୍ଗ ଦେଖେଇଥାଏ ?
କେବେ ବି ନୁହେଁ |
ଆତଙ୍କବାଦ ପରି କୁମାର୍ଗରେ ଆକର୍ଷିତ କରିବାରେ ସମର୍ଥ
ସୀମାପାର ଆତଙ୍କବାଦୀଙ୍କ କବଳରେ
ବନ୍ଦୀ ହୋଇ ଯାଇଥିଲା ସେ ଓ ତା'ର ସାଥୀମାନେ |
ଶତଚେଷ୍ଟା କଲେ ବି କେବେହେଲେ
ଲକ୍ଷପ୍ରାପ୍ତି  ହୋଇ ପାରିବ ନାହିଁ ସେମାନଙ୍କର |
ବିଶ୍ୱର ସର୍ବ ବୃହତ୍ତ ଜନସଂଖାର ଦେଶକୁ
ଆତଙ୍କବାଦ ଦ୍ୱାରା କବଳିତ କରିବାର ଆସ୍ଫାଳନ
କେବଳ ଏକ ବୃଥା ଚେଷ୍ଟା ମାତ୍ର |
ଅତୀତରେ ଆସିଛନ୍ତି ମୋଗଲ ଓ ଅନ୍ୟ ବିଦେଶୀ
ଆକ୍ରମଣକାରୀମାନେ ,
ପ୍ରହାର କରିଛନ୍ତି ସନାତନ ଧର୍ମ ଉପରେ,
ହେଲେ ସନାତନର ଅନ୍ତ ନାହିଁ |
ରହିଛି  ରହିବ ଏହା  ଅନନ୍ତକାଳ ପର୍ଯ୍ୟନ୍ତ
ଯେ ପର୍ଯ୍ୟନ୍ତ ରହିଛି ଏ ସୃଷ୍ଟି ଧରଣୀ ବକ୍ଷରେ |
ନିର୍ଭୟରେ ରହି ପାରେନା କେହି କେବେ
ଆତଙ୍କବାଦକୁ ପେସା କରି |
ନିଜେ ମରି କାଫେର୍ ମାନଙ୍କୁ ମାରିପାରିଲେ ଜନ୍ତ ପ୍ରାପ୍ତ ହୁଏ- ଏକ ବିରାଟ ଭ୍ରମ |
ସେଥିପାଇଁ -
ସୁଧୁରି ଯାଅରେ ଆତଙ୍କୀମାନେ ,
ମଣିଷକୁ ଭଲପାଅ 
ହିଂସା ଦ୍ୱେଷ ରାଗ ମନୁ କର ତ୍ୟାଗ
ବିଶ୍ୱ ହେବ ମଧୁମୟ ,
ବିଶ୍ୱ ହେବ ମଧୁମୟ ||
**********
ବାଉରିବନ୍ଧୁ ଲେଙ୍କା
ଦି ପର୍ଲ ରେସିଡେନ୍ସି,ଦୁର୍ଗାମାଧବ ନଗର,
ଭୁବନେଶ୍ୱର- 751029


Rate this content
Log in

Similar oriya poem from Crime