STORYMIRROR

ଦୀପଙ୍କର ଦାସ

Tragedy Crime Inspirational

4  

ଦୀପଙ୍କର ଦାସ

Tragedy Crime Inspirational

ଆତ୍ମହତ୍ୟା

ଆତ୍ମହତ୍ୟା

2 mins
632

ଭଲ ଲୋକଟିଏ ମରିଗଲା

କାଲି ଜଣେ ଆତ୍ମହତ୍ୟା କଲା

ଆଜି ତାର ସାଙ୍ଗ ଅନ୍ତ୍ୟେଷ୍ଟି ରେ ଯୋଗ ଦେଇ

ଦୁଇ ଟୋପା ଲୁହ ଗଡ଼ାଇ

କଥା ପଦ ଟିଏ କହିଲା

ବହୁତ୍ ଭଲ ଲୋକ ଥିଲା

ମୁଁ ପଚାରିଲି ହେଲେ କଣ ପାଇଁ ମଲା?

ସେ ମରି ନଥାନ୍ତା

ଯଦି ତୁମେ ତା ସହ ଟିକେ କଥା ହେଇ ଯାଇଥାନ୍ତ

ସେ କେତେ ଥର ତୁମକୁ ତା ମନ କଥା କହିଛି

ତୁମେ ଯଦି ଟିକେ ବୁଝିବାକୁ ଚେଷ୍ଟା କରି ଥାଆନ୍ତ

କଲ୍ କେବେ ଉଠେଇଲ ନାହିଁ

ସେ ପଚାରିଲା ମୋ ଜୀବନରେ କଣ ଦୁଃଖର ସମାପ୍ତି ନାହିଁ

ତୁମେ ଉତ୍ତର ଦେଲ ତୁ ଅନ୍ୟ କିଛି ପଚାରିବୁ କି ନାହିଁ

ହ୍ୱାଟସପ ରେ ଦୁଇ ତିନି ଟା ହସର ଜୋକ୍ ପଠେଇ ଦେଲ

ଆଉ ଶେଷରେ କିଛି ହସର ଇମୋଜି ପଠେଇ ଦେଲ

ସେ ତୁମକୁ ତାର ଭଲ ସାଙ୍ଗ ଭାବୁଥିଲା

ତୁମେ ତା ପାଇଁ କେତେ ଭଲ କର୍ତ୍ତବ୍ୟ ଟେ କଲ

ସେ ଇମୋଜି ଦେଖୁ ଦେଖୁ ଭାବୁଥିଲା

ମୁଁ ବି ଇମୋଜି ହୋଇଥିଲେ ହସିଥାନ୍ତି

ଯଦି ଦେଖିଥାନ୍ତ ସେ ଖଟିରୁ ଫେରି ଘରକୁ ଆସୁନଥିଲା

କେଉଁ ଏକ ଶୁନଶାନ୍ ଜାଗାରେ ଚୁପ୍ ଚାପ୍ ବସୁଥିଲା

କେବେ ଅନ୍ଧାର ଉପରେ ରାଗୁଥିଲା

କେବେ ଆଲୋକ ଦେଖିଲେ ଡରୁଥିଲା

କେବେ ଯିବାଆସିବା କରୁଥିବା ଲୋକଙ୍କ ଉପରେ ଚିଡି ଚିଡି ହେଉଥିଲା

ସେ ଜୀବନର ମାନେ ୟୁଟ୍ୟୁବରେ ସର୍ଚ୍ଚ କରୁଥିଲା

ନହେଲେ ଉଇକିପିଡ଼ିଆ ଖୋଲି ଜୀବନ କଣ ପଢ଼ୁଥିଲା

ହେଲେ ବୁଝିମଧ୍ୟ ଅବୁଝା ହୋଇଯାଉଥିଲା

ତୁମକୁ ତାର ମନ କଥା କହିବ ବୋଲି କେତେଥର ଭାବିଥିଲା

ଥରେ କେବେ ଯଦି ବୁଝିଥାନ୍ତ

ସେ କଣ ପାଇଁ କଥା କହୁ କହୁ ରହି ଯାଉଥିଲା

ବେଳେ ବେଳେ ହସ ଭିତରେ ବି କାନ୍ଦୁଥିଲା

ସେ ଭିଡ଼ ଭିତରୁ ଦୌଡୁଥିଲା

ସେ କଣ ପାଇଁ ଖାଉନଥିଲା

ବାରମ୍ବାର କାନ୍ଦୁଥିଲା

ଥରେ କେବେ ବୁଝିଥାନ୍ତ

ସେ ତା ଘର ଚାରି କାନ୍ଥ ସହ କଥା ହେଉଥିଲା

ଜୀବନ ଯେ ଅର୍ଥ ହୀନ ସବୁବେଳେ ଭାବୁଥିଲା

ତା ବନ୍ଧୁଙ୍କ ଲିଷ୍ଟ୍ ରେ ତୁମ ନାଆ ପ୍ରଥମେ ରଖିଥିଲା

ବୋଧେ କିଛି କହିବାକୁ ଚାହୁଁ ଥିଲା

ତୁମେ ଯଦି ଟିକେ ଶୁଣିଦେଇ ଥାଆନ୍ତ

ତା ଘର ଆଡେ କେବେ କେବେ ଯାଇଥାନ୍ତ

ଆଉ ଟେବୁଲ୍ ଉପରେ ଥିବା ସେ ବିଷ ବୋଟଲ ଟାକୁ

ଝରକା ପଛକୁ ଫିଙ୍ଗି ଦେଇ ଥାଆନ୍ତ

ତାକୁ ଟିକେ ଜୋର୍ ରେ ଆଲିଙ୍ଗନ କରି

ଲୁହ ପୋଛି ମୁଁ ଅଛି ନା ତୋ ସହ

ଏଇ ଟିକେ କଥା କହି ଥାଆନ୍ତ

ହୁଏତ ସେ ବଞ୍ଚି ରୁହନ୍ତା

ହଉ ଏବେ ଯୁଇରେ ଫୁଟୁଥିବା ତାର ଗଣ୍ଠିର ଶବ୍ଦକୁ ଶୁଣ

ସେ କହୁଛି ମୋ ପରି ଯଦି ଆଉ କିଏ ଆସେ

ଟିକେ ସମୟ ତାକୁ ଦବ

ହ୍ୱାଟ ସପ ରେ ହସର ଇମୋଜୀ ନଦେଇ

ତା ଜୀବନରେ ବାସ୍ତବ ଈମୋଜି ଟିଏ ଦବ

ତାକୁ କେବେ କେବେ ବନ୍ଧୁ ବୋଲି କହି

ଆଲିଙ୍ଗନ କରି ନେବ ବୋଧେ ସିଏ ବଞ୍ଚିଯିବ

ଆଉ ତୁମକୁ କହିବାକୁ ହବନି

ଭଲ ଲୋକଟେ ଥିଲା

ତା ନଜରରେ ତୁମେ ଭଗବାନ ର ଆସନ ପାଇବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy