Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Ajit Kumar Raut

Tragedy

4  

Ajit Kumar Raut

Tragedy

ଓଡ଼ିଆ ସନ୍ତାନ

ଓଡ଼ିଆ ସନ୍ତାନ

2 mins
343



ବୋଲାଉ ତୁହିରେ ଓଡ଼ିଆ ସନ୍ତାନ

  ତୁହି ତେବେ କିମ୍ପା ଡ଼ରୁ,

ବିଚ୍ଛନ୍ନାଚଳଟି ରୋଦନ କରୁଛି

   କହିବାକୁ କିମ୍ପା ଡ଼ରୁ?


ପୂର୍ବ ପୁରୁଷ ତୋ ବୀର ପଣିଆରେ

   ଲଭିଥିଲେ କେତେ ଖ୍ୟାତି,

ନିଜ ଅଧିକାର ପାଇବା ନିମନ୍ତେ

   କିଆଁ ଥରେ ତୋର ଛାତି?


ଇତିହାସେ ଅଛି ଅଂଗ୍ରେଜୀ ବିରୁଦ୍ଧେ

   ପାଇକ ବିଦ୍ରୋହ ଆଗ,

ପରାଧୀନ ନାହିଁ ସ୍ବୀକାର ଜୀବନେ

   ସ୍ବତନ୍ତ୍ର ସଂଗ୍ରାମ ଆଗ।


ସିଂହ ପରି ଥିଲା ପରାକ୍ରମ ଯାର

   ଥିଲା ଆମ୍ଭ ସିଂହଭୂମି,

ଉତ୍କଳର ମଣି ଥିଲା ସିଂହଭୂମି

   ଆଜି ଶ୍ରୀହୀନଟି ଭୂମି।


ଓଡ଼ିଆ ଭାଷୀଙ୍କୁ ନମିଳେ ସମ୍ମାନ

   ଶିକ୍ଷା ଶୂନ୍ୟ ଓଡିଆର,

ନାହିଁ ବହି ଏଠି ଓଡ଼ିଆ ଭାଷାର

   ନାହିଁ ଆମ୍ଭ ଅଧିକାର।


ସ୍କୁଲରେ ନାହାନ୍ତି ଓଡିଆ ଶିକ୍ଷକ

   ଶିକ୍ଷା ଦେବ ଏଠି କିଏ?

ସିଂହଭୂମି ଅଛି ଝାଡ଼ଖଣ୍ଡ ରାଜ୍ୟେ

   ଗୁହାରି ଶୁଣିବ କିଏ?


ତେଜପୁତ୍ର କଲା ଉତ୍କଳ ଭୂମିରୁ

  ପ୍ରଥମେ ଥିଲା ବିହାରେ,

ବିହାରୁ ପୁଣିସେ ଝାଡ଼ଖଣ୍ଡେ ହେଲା

  କାନ୍ଦନ୍ତି ଓଡ଼ିଆ ଯରେ୍।


ମନେ ତୁ ଭାବିଛୁ ତୋଷମଦ କରି

  ରଖିବୁ ଭାଷାର ମାନ,

ତୋଷମଦିଆରେ ନହେବେଟି କିଛି

  ଅଧିକାରେ ଦିଅ ଧ୍ୟାନ।


ଶିକ୍ଷା ଅଧିକାର ସମ୍ବିଧାନ ଦିଏ

  ଅସ୍ତ୍ର କରିବା ତାହାକୁ,

ନୂଆ ଶିକ୍ଷାନୀତି ଦିଏ ଅଧିକାର

  ମାତୃଭାଷା ପଢିବାକୁ।


ଭାଷାର ଉନ୍ନତି ହେବ କିରେ ଭାଇ

  ସ୍ବାର୍ଥକୁ ପଣତ ମଣି?

ଗୋଦର ଗୋଡ଼ରେ ଲାଗିଲେ ମାଉଁସ

  ଦେହର କି ଶୁଭ ଗଣି?


ଭାଷାର ପ୍ରଦୀପ ଜାଳିବ ସେ କିମ୍ପା

  ସ୍ବାର୍ଥେ ଯାର ମନ ପ୍ରାଣ,

ଶାଗୁଣା ବିଲୁଆ ଚିକିତ୍ସକ ହେଲେ

  ଭାଷା କି ପାଇବ ପ୍ରାଣ।


ଭାଷା ନନ୍ଦିଘୋଷ ଚାଲିବ କି ଭାଇ

  ସ୍ବାର୍ଥକୁ ସାରଥି କଲେ,

ରୋଦନର ରାବ୍ ଦୂର କି ହୋଇବ

  ସ୍ବାର୍ଥରେ କାର୍ଯ୍ୟକୁ କଲେ।


ସ୍ବାର୍ଥ ଛାଡ଼ି ଏବେ ଜାଗ୍ରତ ହୁଅହେ

  ହୁଅ ଏକତ୍ରିତ ସର୍ବେ,

ଅଧିକାର ପାଇଁ ଲଢିବା ସମସ୍ତେ

  ବିଜୟ ନିଶ୍ଚୟ ଭବେ।


କୋଡ଼ିଏ ଲକ୍ଷ୍ୟରୁ ବେଶି ସଂଖ୍ୟା ଯାର

  ଓଡ଼ିଆ ଭାଷୀଙ୍କ ରାଜ୍ୟେ,

ଶିକ୍ଷା ଅଧିକାର ସମ୍ବିଧାନେ ଅଛି

  ନୂଆ ଶିକ୍ଷାନୀତି ରାଜ୍ୟେ।


ଓଡ଼ିଆ ରେ ବହି ମିଳିବ ଅବଶ୍ୟ

  ଶିକ୍ଷକ ମିଳିବେ ନିଶ୍ଚେ

ହେଉ ନିସ୍ବାର୍ଥରେ ଆନ୍ଦୋଳନ ଏଠି

  ପୂରଣ କରିବା ନିଶ୍ଚେ।


ଏକତାର ଆଗେ ବାଧ୍ୟ ହେବା ରାଜ୍ୟ

  ଶିକ୍ଷା ଅଧିକାର ଅଛି,

ନୂଆ ଶିକ୍ଷାନୀତି ମାତୃଭାଷା ଶିକ୍ଷା

  ସମ୍ବିଧାନେ ମଧ୍ୟ ଅଛି।


ରାଜନେତାଙ୍କର କର୍ତ୍ତବ ନିଷ୍ଠାର

  ପରିଣାମ ଭୋଗୁ ଅଛେ,

ଶିକ୍ଷା ହୀନ କଲେ ଓଡ଼ିଆ ଭାଷୀଙ୍କୁ

  ସବୁ ଦୋଷ ତାଙ୍କ ପଛେ।


ନଚଳିବ ଏବେ ତାଙ୍କ ରାଜନୀତି

 ଭାଷା ଶୂନ୍ୟ କଲେ ଜନେ,

ଶିକ୍ଷା ଅଧିକାର ଜ୍ଞାନ ଅଧିକାର

 ଛିଣି ନେଲେ ନେତା ଜନେ।


କିପରି ରାଜ୍ୟ ଏ କିପରି ଟି ନେତା

 କହିବାକୁ ଲାଗେ ଲଜ୍ୟା,

ଶିକ୍ଷାରୁ ବଞ୍ଚିତ ଓଡ଼ିଆ ଭାଷୀଙ୍କୁ

 ତିଳେ ନାହିଁ ତାଙ୍କ ଲଜ୍ୟ।


ଉଚିତ ସମୟ ଆସି ଅଛି ଏବେ

  ଏକତ୍ରିତ ହେବା ଧର୍ମ,

ମାତୃଭାଷା ଶିକ୍ଷା ପାଇଁ ହିଁ ଲଢିବା

  ସେହୁତ କର୍ତ୍ତବ୍ୟ ଧର୍ମ।


Rate this content
Log in

More oriya poem from Ajit Kumar Raut

Similar oriya poem from Tragedy