STORYMIRROR

subrat kumar jena

Tragedy

5  

subrat kumar jena

Tragedy

ଫେରାର ମୌସୁମୀ

ଫେରାର ମୌସୁମୀ

1 min
575


କାହିଁ କିଛି ଖବର କାଗଜରେ ବାହାରିନି ତ !

ବୋଧେ ହୁଏ କିଛି ସମୟ ପରେ,

ବାରମ୍ବାର ଘୋଷଣା ହେବ ବେତାର ଓ ଦୂରଦର୍ଶନରେ,

ଉପସ୍ଥାପିକା କହୁଥିବେ ଚିଲେଇ ଚିଲେଇ,

ତଳେ ମୁଖ୍ୟ ଖବର ର ଲେଖା ଚାଲୁଥିବ,

ଖବର ବୋଧେ କିଛି ସାଙ୍ଘାତିକ !

ନାଇଁତ କାହିଁ କେଉଁଠି ଦେଉନି ବାଳିକା ସହ ଗଣଦୁଷ୍କର୍ମ,

କାହାର କୋଉଠି ରହସ୍ୟଜନଙ୍କ ମୃତ୍ୟୁ,

କେଉଁ ବ୍ୟାଙ୍କରୁ ଟଙ୍କା ଲୁଟପାଟ,

ତଥାପି ସମସ୍ତଙ୍କ ମୁଁହରେ ସେଇ ଗୋଟିଏ ଖବର ଶୁଭୁଥାଏ,

"ମୌସୁମୀ ଫେରାର"

ମୁଁହ ବୁଲାଇ ଫେରି ଆସୁ ଆସୁ ,

ଅନେକ କିଛି ଭାବନା ଆସୁଥାଏ,

ଆର ସାହି ହୃଷୀର ଝିଅ ମୌସୁମୀ କାହା ସାଙ୍ଗରେ .....?

ଛି ଏମିତି କଣ ଭାବୁଛି ଯେ !

ସେତ ସୁଧାର ସଂସ୍କାରି ପିଲାଟିଏ,

ସେ ଏମିତି କାହିଁକି କରିବ ?

ପୁଣି କିଛି ଦୂରରେ ଭାବି ବସିଲି,

କଣ ଆଉ ଘଟଣା ହୋଇଥାଇ ପାରେ?

ଏମିତି ରାସ୍ତାରେ ଯାଉଥିଲି ଆନମନା ହୋଇ,

ରାସ୍ତା କାଡେ କଡେ ଚାଷ ଜମିଗୁଡିକ ଫାଟି ଆଁ,

ସତେ ଯେମିତି ତାଙ୍କ ପ୍ରତି ସମସ୍ତେ ବିମୁଖ,

ଚାଷୀଠୁ ଆରମ୍ଭ କରି ନେତା ମନ୍ତ୍ରୀ ଯାଏ,

ତାକୁ ନେଇ ଅନେକ ତୁମ୍ବୀ ତୁଫାନ ଉଠୁଛି,

କେବଳ ଲୋକସଭାରେ ନହେଲେ ସରକାରୀ ବାବୁଙ୍କ ଫାଇଲରେ,

ହେଲେ ଫଳ କିଛି ନାହିଁ,

ବିଚାର ଚାଷୀ କାଲି ଯେମିତି ଋଣ କରୁଥିଲା ଆଜିବି କରୁଛି,

ପ୍ରତିଦିନ ସାହୁକାର ର ଯନ୍ତ୍ରଣାରେ ଛଟପଟ ହେଉଛି,

ଶେଷରେ ସହି ନପାରି ଆତ୍ମହତ୍ୟା କରୁଛି,

କୋଉଠି କୀଟନାଶକ ଖାଇ ନଥୁବା,

କୋଉ ଗାଁ ମୁଣ୍ଡ ନହେଲେ ଶେଷ ବରଗଛରେ ଫାଶୀ ଦେଇ,

ହଠାତ କାଜଳପାତୀ ଟିଏ ଦେଖା ହୋଇଗଲା,

ପଚାରି ବସିଲା ଚିନ୍ତାର କାରଣ କଣ ?

ସବୁ ଶୁଣି କହିଲା କଣ କିଛି ବୁଝିପାରୁନ,

ଖବର ହେଉଛି ବର୍ଷା କଥା,

ବର୍ଷାଋତୁ କଥା,ଅଭାବୀ ବର୍ଷାର କଥା,

ଖବର ହେଉଛି ଏଇ"ମୌସୁମୀ ଫେରାର" ହେବାର କଥା ।।


Rate this content
Log in

Similar oriya poem from Tragedy