STORYMIRROR

Dr.Priyadarshee Praharaj

Abstract Tragedy Classics

3  

Dr.Priyadarshee Praharaj

Abstract Tragedy Classics

#ଖାଲି_ତମେ_ଆଉ_ମୁଁ

#ଖାଲି_ତମେ_ଆଉ_ମୁଁ

1 min
170

ଇସ୍ ଶୁଣି ଦେଲେ ଏତିକି 

ଦେହ ଓ ମନ ଶିରି ଶିରି ହେଇ ଉଠୁଛି,

କଳ୍ପନାବିଳାସୀ ପ୍ରଜାପତିଟି ଯେମିତି

ଦେହ ସାରା ତା ରଙ୍ଗ ଝାଡି ଦଉଛି।

ଅନେକ ସ୍ୱପ୍ନ, ଅନେକ ଭାବର ଜୁଆର ଆସ୍ତେ ଆସ୍ତେ ମୁଣ୍ଡ ଟେକୁଛି

ଡର ଲାଗୁଛି ସତ

କିନ୍ତୁ ଏକ ନୂତନ ଅନୁଭୂତିରେ ବୁଡି ଯିବାକୁ କାଇଁ ପଛାଉନି ଏ ମନ।


କି ନିର୍ବୋଧ ତମେ

ଭୂଲି କେମିତି ଗଲ ପ୍ରେମଟି ମାଗେଣା ଆସେନି

ସେଥିରେ ଲିପି ବୋଧ ହେଇ ଆସେ ଅନେକ ସ୍ବାର୍ଥ ଓ ସର୍ତ୍ତ।

ଟ୍ୟୁବ୍ ଟେ ଧରି ଗଭୀର ପ୍ରେମ ସମୁଦ୍ରକୁ ଡେଇଁଛ ଯେବେ

ଭଉଁରୀ, ଚୋରା ବାଲି, ତିମ୍ମି ସହ ଭେଟ ସ୍ଵଭାବିକ।


ସବୁ ମୁଁ ଭିତରେ ଥାଏ ତାଙ୍କ ରକ୍ତ ସମ୍ପର୍କୀୟ,

ଆଉ ମୁଁହରେ ଲିପା ହେଇ ଯାଏଁ ଆଧୁନିକ ଉଦ୍ଧତାମୀ।

ବାଃ କେଡେ ଚମତ୍କାର ଭାବେ ବଖାଣି ଦିଆ ଯାଏ ଅନୈତିକତାକୁ.

ଆଉ 

ଅନେକ ଡେଇଁ ପଡନ୍ତି ସେ ଭଉଁରୀ ଭିତରକୁ, 

ସେଇ ଆଗ ଧାଡ଼ିରେ ଚିହ୍ନଟ ହବା ଲାଗି,

ଶେଷରେ ଶୁଭେ ଅହଙ୍କାରର ହସ।


ସବୁ ତମେ ଭିତରେ ଝଲସି ଯାଏ 

ପାଟ୍ରିଆର୍ଚି ବେକରେ ଝୁଲୁଥିବା ଫାଶୀ ଦଉଡ଼ି

କିନ୍ତୁ ସେଇ ତମେ ଟି ରହି ଯାଏ ଚାରି ଦଉଡ଼ି କଟା ହୋଇ।

ମୁଣ୍ଡାଇବାକୁ ପଡେ ଶସ୍ତା ମାନସିକତା, ବିବେକହୀନ ଓ ତିରସ୍କାର ପରିଚୟ।

ଓଷା, ରୋଷେଇ, ଛୁଆ ସମ୍ଭାଳିବାକୁ ଦିଆ ଯାଏ ଚାଲେଞ୍ଜ ।

କିନ୍ତୁ ଏତିକି କରି ଦେଲେ କଣ ସେଇ ମୁଁ ଟି ସନ୍ତୁଷ୍ଟ ହୋଇଯିବ

ନା ବୃଷ୍ଟି କରିବ ନୂଆ ଶକୁନି ପଶା।


ସମୟ ବଦଳିବାକୁ ସାକ୍ଷୀ ରଖି

କଇଁଛ ନିଜ ସୁରକ୍ଷା କବଚ ଯଦି ଖୋଲି ଫିଙ୍ଗି ଦିଏ,

କ୍ଷତାକ୍ତ ହେବାର ସମ୍ଭାବନା ବେଶି।

ଅନ୍ୟ ପାଇଁ ଗାତଟି ନିଜ ପାଇଁ ଯେ

ବିପଦ ଦାୟକ

ହେଲେହେଁ ଅନ୍ଧ ବାଡି ହଜେଇବାକୁ ବ୍ୟାକୁଳ।

ମୂଳ ମାଡ଼ି ଧରି

ଆଗକୁ ଯିଏ ବା ବଢ଼ିଛି 

ତମେ ଆଉ ମୁଁ ର ମର୍ଯ୍ୟାଦା ସେ ହିଁ ରଖି ପାରିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract