STORYMIRROR

Dr.Priyadarshee Praharaj

Tragedy Action Crime

3  

Dr.Priyadarshee Praharaj

Tragedy Action Crime

ଅସମ୍ପୂର୍ଣ୍ଣ ଆଶା

ଅସମ୍ପୂର୍ଣ୍ଣ ଆଶା

1 min
202


ନିଜେ କଷ୍ଟରେ ରହି ମତେ କରିଛନ୍ତି ମଣିଷ,

ତ୍ୟାଗର ସର୍ବୋଚ୍ଚ ଉପହାର ଦେଇଛନ୍ତି ଅଶେଷ।


ମୁର୍ଖ ରହି କେବେ ଜାଣି ମୁଁ ପାରିଲିନି,

ମୋ ସଫଳତାର ମୂଳ ଆପଣଙ୍କ ଯୋଗୁ ଭାଙ୍ଗିନି।।


ସହି ଚାଲିଛନ୍ତି କେତେ କଅଣ, ମଉନେ ରହି ବସି,

ଥୋବରାଟେ ମୁଁ ଅଥର୍ବ ପାଲଟେ ଆଜି ଯାଏଁ କିଛି କାମ ନ ଆସି।


ଚେଷ୍ଟା କରୁଛି ନିଜ ଭୁଲ୍ ସୁଧାରିବାକୁ,

ଠାକୁରଙ୍କ ପାଖେ ପ୍ରାଥନା ସେ ସୁଯୋଗ ମୋଠୁ ନ ନେବାକୁ।।


ସେତିକି କରି ପାରିଲେ,

ଜିଇଁବି ସଠିକ୍ ଏ ଜୀବନ

ଲୋଡା ନାହିଁ ଆଉ କିଛି ,ଏତିକି ଶକ୍ତି ଦିଅ ହେ ଭଗଵାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy