STORYMIRROR

Dr.Priyadarshee Praharaj

Drama Tragedy Classics

4  

Dr.Priyadarshee Praharaj

Drama Tragedy Classics

ଶାମୁକା

ଶାମୁକା

1 min
546

କେଡେ ସାଇତି କରି ରଖିଥାଏ

ଶାମୁକାଟେ ମୋତିଟିକୁ

ଘୋଡାଇ ଦେଇ ଥାଏ ନିଜ ମାଂସାଳ ଚାଦର ପଟିକୁ,

ସାବଧାନତା ସଞ୍ଚି,

ଆଘାତ ଖାଇ ଆଶ୍ରୟ ଦିଏ ନିସଙ୍କୋଚ

ସତେ ଯେମିତି ତ୍ରିଦେବଙ୍କ ରକ୍ଷା କବଚ ।


କ୍ରମେ ଖୋଲି ଦିଏ ନିଜ ବିରାଟ ପାଖୁଡ଼ା

ଦର୍ଶାଇ ଚାଲେ ସମୁଦ୍ରର ସୁନ୍ଦର ଆଖଡ଼ା, 

ବିପଦ ଆପଦରେ ବୁଜି ହୋଇ ଯାଏ ଆଗେ

ମୁକୁତା ପାଇଁ ଅଜାଡ଼ି ଦିଏ,

ନିଜ ଜୀବନର ଅମୂଲ୍ୟ ଭାଗେ।


ମୁକ୍ତାଟି କେବେ ଜାଣି ପାରେନି ସେ କଷ୍ଟ

ଶାମୁକା ଟି କେବେ ଜଣେଇ କହେନି ସ୍ପଷ୍ଟ,

ସମୟ ସହିତ ତାଳ ଦେଇ ମୋତିଟି ବଢ଼ି ଚାଲେ ଆଗକୁ 

ଶାମୁକାଟି ଦୁର୍ବଳ ହୋଇ ହରାଏ ନିଜ କ୍ଷମତାକୁ।


ବେପାରୀ ମୂଲେଇ ଛଡେଇ ନିଏ ଗର୍ଭରୁ ମୁକୁତା, 

ଆହତ ଶାମୁକା ନିର୍ଜୀବ ପାଲଟେ ହରାଇ ନିଜ ଚେତା,

ମୁକୁତାଟି ହସ୍ତ ରୁ ହସ୍ତ ଡେଇଁ ବଢାଇ ଚାଲେ ନିଜ ଗାରିମା

ଭୂଲି ଯାଏ ଶାମୁକାର ସମର୍ପଣ ଓ ଉତ୍ସର୍ଗର ପ୍ରତିମା।


ମୁକୁତା ଯେ ସଜେଇ ହୁଏ ଅନେକ ଉପର ସ୍ଥରରେ

ପହଞ୍ଚେନି ଶାମୁକାର ଶେଷ ଡାକ, 

ଉଭେଇ ଯାଏ ସମୁଦ୍ର ଗଭୀରରେ,

ଫେରେନି ମୁକୁତା କେବେ ଦେଖିବାକୁ ସେ ଅବସ୍ଥା

କଳିଯୁଗରେ ଶାମୁକା ପରି ପିତା ମାତା ଆଜି ହିନସ୍ଥା।


ମୋତିର ଅସ୍ତିତ୍ବ ଆଜି ଅଛି

ଶାମୁକା ପାଇଁ,

ବୁଝିବାକୁ ହେବ

ତାଙ୍କ ବିନା ମୁକୁତାର ଗତି ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama