STORYMIRROR

Archana Kumari panda

Drama Tragedy

3  

Archana Kumari panda

Drama Tragedy

ଲୁହର ତୁଳନା

ଲୁହର ତୁଳନା

1 min
127

ଲହୁରେ ଲେଖିଛି   ଏଇ "ଶେଷ ଚିଠି"

  ହୃଦୟଟା ଯାହା ହେଉଛି କୋରି

ବାହୁନି କାନ୍ଦୁଛି      ଅବୁଝା ଏ ସ୍ମୃତି

   ଆଖିର ଲୁହରେ ଯାଏ ବତୁରି ।

   

ପାରୁନି ପଠେଇ   ଲେଖୁଛି ଫିଟେଇ

   ବନ୍ଦ ଲଫାପାରୁ ଅଧୁରା ଚିଠି

ଯେତେ ଲେଖିଲେ ବି ଲେଖା ତ ସରୁନି

 ସରିଲାଣି ସ୍ୟାହି ଲେଖନୀ କାଠି ।

  

ନିଜ ଠୁଁ ନିଜର      ଅତି ଆପଣାର

  ସିଏ ପ୍ରେମିକା ମୁଁ ପ୍ରେମୀ ପ୍ରବର

ଲାଜେ ଲୁଚେ ଜହ୍ନ   ଦେଖି ତାର ମୁହଁ

 ଗୁଣରେ ସରି କେ ନ ହେବେ ତାର ।

  

କହି ମୁଁ ପାରୁନି     ଭୁଲି ବି ପାରୁନି

  ତା' ସାଥେ ଯାହା ଯାଇଛି ବିତି

ସହି ମୁଁ ପାରେନା    ବିରହ ଯାତନା

  ଚିଠି ଲେଖା ମୋର ହେଉନି ଇତି ।

   

କରି କେଉଁ ଦୋଷ   ହୁଏ ମୁଁ ହତାଶ

 ଅବୁଝା ନୁହେଁ ସେ ମୋ ପ୍ରାଣ ସଖୀ

ଲୁହର ବାଡ଼ରେ    ଲୁହା ଶିକୁଳିରେ

  ଫୁଲେଇ ପ୍ରିୟା ମୋ ଯିବଣି ଶୁଖି ।

  

ଚାନ୍ଦର ଜୋଛନା    ନୁହଁଇ ତୁଳନା

 ମୋ ପ୍ରେମିକା ପ୍ରୀତି ଶୀତଳ ଛୁଆଁ

ସିଏ ତ ରୂପସୀ     ରୁପା ତାରକସି

 ଯେତେ ଦେଖିଲେ ବି ଲାଗଇ ନୂଆଁ ।

  

ଲେଖିଛି ଯତନେ    ହୃଦୟ ଗହନେ

  ଅକୁହା କଥା ମୋ ଆହୁରି ବାକି

ଶେଷ କଥା ମୋର   ଶେଷ ରହିଗଲା

 ଏଇ "ଶେଷ ଚିଠି" ରହିଲା ସାକ୍ଷୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Archana Kumari panda

Similar oriya poem from Drama