STORYMIRROR

Manoja kumar Pattnayak

Drama Classics Fantasy

3  

Manoja kumar Pattnayak

Drama Classics Fantasy

ସଫଳତା

ସଫଳତା

1 min
181

ବିଫଳତା ପଛେ ସଫଳତା ଅଛି

ଖାଲ ପରେ ଢିପ ଯେପରି ରହିଛି ।।


ଜୀବନ ଚାଲିଛି ଜଞ୍ଜାଳ ବଢ଼ିଛି

ତୁମେବି ଜଳୁଚ ଆଉ ମୁଁ ବି ଜଳୁଛି

ଜଳିବାରେ ନାହିଁ ଅନ୍ତ

ବିଫଳତା ପଛେ ସଫଳତା ଖୋଜି

କରୁଥାଏ ରୁଧି ମନ୍ତ ।।


ସଫଳତା ପାଇଁ କୋଠୋର ତପସ୍ୟା

ଅଳସୁଆ ପାଏ ଖାଲି ବିଫଳତା ।।


ପରିଶ୍ରମୀ କାମ କରେ ଆଗଭରେ

ଅଳସୁଆ ଖାଲି ଶୋଇଥାଏ ଘରେ ।।


ଉଠ ଭାଇ ଉଠ ନବୀନ ଆଲୋକେ 

ସୋଇଥିଲେ ଚେଇଁ ହସୁଥିବେ ଲୋକେ ।।


ଆଗଭର ହୋଇ କରିଚାଲ କାମ 

ସଫଳତା ହେବ ନିଶ୍ଚୟ ତୁମର ।।


ମାତୃ ଭାଷା ମାତୃ ଦେଶର ବଦନ

ଦେଖି ଦେଖି କର ଭାଇ ଅନୁକ୍ଷଣ ।।


ପରିଶ୍ରମ କର ହୋଇ ଆଗଭର

ନିଶ୍ଚୟ ହେବ ତୁମ ଜାତିର ମଙ୍ଗଳ ।।


ବିଫଳତା ପାଇଁ କର ନାହିଁ ଚିନ୍ତା

ଲକ୍ଷ୍ୟ ଯହିଁ ତହିଁ ଚାଲ ନାକ ସିଧା ।।


ନିଶ୍ଚ ଦିନେ ଆସିଯିବ ସଫଳତା

ଭୋଗୁଥିବେ ବସି ଏ ସାରା ଜନତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama