STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଦକ୍ଷ ଯଜ୍ଞ ଭଙ୍ଗ

ଦକ୍ଷ ଯଜ୍ଞ ଭଙ୍ଗ

2 mins
359


ବ୍ରହ୍ମାଙ୍କର ମାନସ ପୁତ୍ର ରୂପରେ

ଗଣା ଦକ୍ଷ ପ୍ରଜାପତି

ଧ୍ୟାନ ଧାରେ ପତ୍ନୀ ପ୍ରସୂତିଙ୍କ ସହ

ଇଛିଲେ କନ୍ୟା ସନ୍ତତି

ସ୍ଵୟଂ ପରାଶକ୍ତି ହେଲେ ଆବିର୍ଭୁତ

ବର କରିଲେ ପ୍ରଦାନ

ନିଜେ ପୁଣି କନ୍ୟା ରୂପେ ଜନ୍ମିବାକୁ

ସମ୍ମତି ହେଲେ ତତ୍କ୍ଷଣ 


ଦକ୍ଷ ପ୍ରଜାପତି ଘରେ ପରାଶକ୍ତି

ସତୀ ନାମେ ପରିଚୟ

ରାଜକୀୟ ପରିବେଶ ମଧ୍ୟେ ରହି

ଲକ୍ଷ୍ୟ ସାଧନରେ ଲୟ 

ଶିବଙ୍କୁ ହିଁ ପତି ରୂପରେ ପାଇବା

ଥିଲା ସତୀଙ୍କର ପଣ

ସବୁ ସୁଖ ଭୁଲି ଜଙ୍ଗଲ ମଧ୍ୟରେ

ତପସ୍ୟାରେ ହେଲେ ମଗ୍ନ 

ଯଥା ସମୟରେ ବିବାହ ପ୍ରସଙ୍ଗ

ଯେବେ ହେଲେ ଉତ୍ଥାପନ 

ଶିବଙ୍କ ବ୍ୟତିତ ଅନ୍ୟ କେହି ନୁହଁ

ସତୀ ରଖିଲେ ବୟାନ

ଶିବଙ୍କ ସନ୍ୟାସୀ ଜୀବନ ଯାପନ

ଜାଣି ଦକ୍ଷ ପ୍ରଜାପତି

ବିବାହ ପ୍ରସ୍ତାବ ପ୍ରତି ଅନିଚ୍ଛୁକ

କହି ରଖିଲେ ସମ୍ପ୍ରତି

ଶିବ ଶିବ ନାମ ସତୀଙ୍କ ମୁଖରେ

ଦିବାନିଶି ଉଚ୍ଚାରଣ

ସତୀଙ୍କ ତପସ୍ୟା ହେଲା ଫଳବତୀ

ବିବାହ ହେଲା ସମ୍ପନ୍ନ 


କ୍ରମେ ଏକ ଯଜ୍ଞ ସ୍ଥଳେ ଦକ୍ଷଙ୍କର

ହେଲା ଯେବେ ଉପସ୍ଥିତି 

ନିଜ ଆସନରୁ ଉଠି ଦେବ ଗଣ

ସମ୍ମାନ ଦେଲେ ସମ୍ପ୍ରତି 

ଦକ୍ଷଙ୍କ ମନରେ ଦ୍ୱେଷ ମନୋଭାବ

ଶିବ ଶଙ୍କରଙ୍କ ପ୍ରତି 

ଶିବ କିନ୍ତୁ ଥିଲେ ଧ୍ୟାନ ମଗ୍ନ ପ୍ରାୟ

ନ ଚାହିଁଲେ ଦକ୍ଷ ପ୍ରତି

କ୍ରୋଧାନ୍ୱିତ ଦକ୍ଷ ପ୍ରତିକ୍ରିୟା ଧାରେ

ଶାପ ଦେଲେ ଶିବ ପ୍ରତି

କୌଣସି ଯଜ୍ଞ ରେ ହେବ ନାହିଁ ଆଉ 

ଶିବଙ୍କର ଉପସ୍ଥିତି

ବିଷମ ସମସ୍ୟା ଉପୁଜିଲା କ୍ରମେ

ଯୁକ୍ତି ତର୍କ ଯଜ୍ଞ ସ୍ଥଳେ

ପରସ୍ପର ପ୍ରତି ଶାପ ଆଧାରରେ

ନିଜକୁ ବି ଭୁଲି ଗଲେ


ବିଗତ ଦିନର ଇର୍ଷା ଦ୍ୱେଷ ଭାବ

ଦକ୍ଷଙ୍କ ମନରେ ଥାଇ

ନିଜେ ଏକ ଯଜ୍ଞ କଲେ ଆୟୋଜନ

ଶିବଙ୍କୁ ଲୋଡିଲେ ନାହିଁ

ବିଶ୍ଵସ୍ଥ ସୂତ୍ରରୁ ଜାଣି ଗଲେ ସତୀ

ପିତାଙ୍କ ଯଜ୍ଞ ବିଧାନ

ଯିବା ପାଇଁ ସତୀ,ଶିବ ନିକଟରେ

କଲେ ଦୃଷ୍ଟି ଆକର୍ଷଣ


ବିନା ନିମନ୍ତ୍ରଣେ ପିତ୍ରାଳୟ ଯିବା

ଶିବ ଅଗ୍ରାହ୍ୟ କରିଲେ

ପରାଶକ୍ତି ସତୀ ଦଶ ମହାବିଦ୍ୟା

ଦଶ ରୂପେ ଦୃଶ୍ୟ ହେଲେ

କ୍ରୋଧାନ୍ୱିତ ସତୀ କ୍ରମେ ପହଞ୍ଚିଲେ

ପିତାଙ୍କ ଯଜ୍ଞ ସ୍ଥଳରେ

ସ୍ବାମୀ ଶିବ ପ୍ରତି କଟୁ କଥା ଶୁଣି

ଅସ୍ଥିରତା ହୃଦୟରେ

ଅପବାଦ କଥା ସ୍ଵାମୀ ବିରୁଦ୍ଧରେ

ନ ଶୁଣିବା ପାଇଁ କର୍ଣ୍ଣ

ଯଜ୍ଞ କୁଣ୍ଡ ମଧ୍ୟେ ଝାସ ଦେଲେ ସତୀ

ଅକାଳେ ତେଜିଲେ ପ୍ରାଣ 


ପତ୍ନୀ ସତୀ ଆଉ ନାହିଁ ଜୀବନରେ

ଅବଗତ ହେଲେ ଶିବ

ଯଜ୍ଞ ସ୍ଥଳେ କ୍ରମେ ପହଞ୍ଚି ତତ୍କ୍ଷଣେ 

ରଚିଲେ ନିଜେ ତାଣ୍ଡବ

ସ୍ଵୟଂ ଶିବ ରୁଦ୍ର ସାଥେ ରୁଦ୍ରଗଣ

ଭଗ୍ନ କଲେ ଯଜ୍ଞସ୍ଥଳ 

ପତ୍ନୀ ବିନା ମ୍ରିୟମାଣ ଶିବଙ୍କର

କ୍ରୋଧ ଯେସନେ ଅନଳ 

ଯଜ୍ଞ ସ୍ଥଳେ ଉପସ୍ଥିତ ମୁନି ଋଷି 

ଭୟେ କଲେ ପଳାୟନ

ବୀରଭଦ୍ର ରୂପ ହେଲେ ସ୍ଵୟଂ ଶିବ

ଥର ହର ତ୍ରି-ଭୁବନ

ସତୀଙ୍କ ମୃତ ଶରୀରକୁ ଆଣି 

ଶିବ ରଖିଲେ କାନ୍ଧରେ

ଦକ୍ଷ ଶିର କାଟି ଫିଙ୍ଗି ଦେଲେ ପୁଣି

ସେ'ଯଜ୍ଞ କୁଣ୍ଡ ଭିତରେ

ଶିବଙ୍କର କ୍ରୋଧ ଓ ତାଣ୍ଡବ ନୃତ୍ୟ

ଦେଖି ସବୁ ଦେବ ଗଣ

ବିଷ୍ଣୁ ପାଶେ ଯାଇ ଆକୁଳ ଚିତ୍ତରେ

ରକ୍ଷା ଅର୍ଥେ ନିବଦନ

କାଳ କ୍ରମେ ସବୁ ହେଲା ସମାଧାନ

ଦକ୍ଷ ଯଜ୍ଞ କିନ୍ତୁ ଭଙ୍ଗ

ସତୀ ଆଉ ଶିବ ପରସ୍ପର ମଧ୍ୟେ

ଥିଲା ପ୍ରେମର ଆବେଗ


ପିତା ଆଉ ପତି ବିରୁଦ୍ଧରେ କାର୍ଯ୍ୟ

କ୍ରମେ ହେଲା ଭୟଙ୍କର

ପର ମୁହୂର୍ତ୍ତରେ ପରାଶକ୍ତିଙ୍କର

ମହିମା ହେଲା ବିସ୍ତାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract