STORYMIRROR

Niranjan Mishra

Abstract

3  

Niranjan Mishra

Abstract

ମା ଆସିଲେ

ମା ଆସିଲେ

1 min
211

ଦାଣ୍ଡ ଦୁଲୁକାଇ ମାଆ ମୋ ଆସିଲେ 

ବାଜିଲା ନାଗରା ବାଜା

ଚଉଦିଗ ଦେଖ ଦିଶେ କେଡେ ତୋରା

ତୋରଣ ହୋଇଛି ସଜା ।୧।


ଘଣ୍ଟ ଘଣ୍ଟା ବୀର କାହାଳୀ ବାଜିଲା

ହେଲା କେତେ ପଟୁଆର

ଆସୁରୀ ଶକତି ହେଲେ ଛଟପଟ 

ହୋଇବ ତାଙ୍କ ସଂହାର ।୨।


ସାଧକ ଭକତ ହେଲେ ଆନନ୍ଦିତ 

ଲଭି ତାଙ୍କ ଦରଶନ 

ଅତି ଯତନରେ ସେବାରେ ଲାଗିଲେ 

ପୁଲକିତ ତନୁ ମନ ।୩।


ମାଆ ହିଁ ଶକତି ମାଆ ହିଁ ଭକତି 

ମାଆ ହିଁ ମୁକତି ଦାତ୍ରୀ 

ମାଆ ପାଦ ତଳେ ମନ ଧ୍ୟାନ ରଖି 

ମାଆଙ୍କୁ କରନ୍ତି ସ୍ତୁତି ।୪।


ମହିଷାମର୍ଦ୍ଦିନୀ ଦୁର୍ଗତିନାଶିନୀ 

ଦୁଃଖ ହରି ଦେଲେ ସୁଖ

ତାଙ୍କରି ଶରଣ ଆସିବା ପାଇଁକି 

ଲଗାଅ ବୁଦ୍ଧି ବିବେକ ।୫।


ସଙ୍କଟହାରିଣୀ ଦୁଷ୍ଟ ନିବାରିଣୀ 

ମାଆ ମୋ ମମତାମୟୀ 

କାଳେ କାଳେ ମାଆ ସନ୍ତାନର ଦୁଃଖ 

କେବେ ନପାରନ୍ତି ସହି ।୬।


ବରଷେ ବରଷେ ଆସି ମା ହରଷେ 

ସଭିଙ୍କୁ ସୁଖ ବାଣ୍ଟନ୍ତି 

ଦୁଷ୍ଟ ବିନାଶନ ପାଇଁ ସିନା ନିଜେ 

ଧରାରେ ଅବତରନ୍ତି ।୭।


ସୁଜନଗଣଙ୍କୁ ଆଶିଷ ଦିଅନ୍ତି 

କୃପା ବହି କୃପାମୟୀ 

ତାଙ୍କ ଦରଶନ ଲଭିବାକୁ ଭକ୍ତ 

ମନ ହୁଏ ହାଇଁ ପାଇଁ ।୮।


କରୁଣା ମୂରତି ଜନନୀ ମୋହର 

ଏହି କୃପା ତୋର ଥାଉ ।

ତୋର ନାମ ଗାଇ ତୁଣ୍ଡରେ ମୋ ସଦା

ଏ ଜୀବନ ମୋର ଯାଉ ।୯। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract