ତୁମେ ପରଂବ୍ରହ୍ମ
ତୁମେ ପରଂବ୍ରହ୍ମ
ଜୀବନର ସମସ୍ୟା ସବୁକୁ
ନୈବେଦ୍ୟ ରୂପେ ସଜାଇ
ଆଖିର ଲୁହକୁ ଅର୍ଘ୍ୟ କରି
ସମର୍ପି ଦେଇଛି ତୁମକୁ
ହେ ଅନ୍ତର୍ଯ୍ୟାମୀ,
କରୁଣା ଟିକେ ନଦେଲ ନାହିଁ
ଶକ୍ତି ଦିଅ ସହିବାକୁ ।
ଭକତର ଭାବ ବୁଝିପାର ବୋଲି
ନାମ ତୁମ ଭାବଗ୍ରାହୀ
ଆକୁଳ ବ୍ୟାକୁଳ ଏ ସାରା ଜଗତ
ପାରୁଛ କେମିତି ରହି।
ମନରେ ତୁମର କି ଭାବ ରଖିଛ
ଜଗତ ଜନ ଙ୍କ ପାଇଁ
କାଣିଚାଏ କୃପା ବରଷି ଦେଲେ ବି
ସବୁ ପାପ ହୋଇଯିବ ଧୋଇ ।
ଏ ଅକୀଞ୍ଚନ ଆବେଗ ରେ ଡାକେ
ତୁମେ ପାଶେ ଥିଲେ ନାହିଁ ଭୟ
ଓଁ ନମଃ ଭଗବତେ ବାସୁ ଦେବାୟଃ