STORYMIRROR

Gayatri Singh

Classics Others

4  

Gayatri Singh

Classics Others

ଅଣସର ପିଣ୍ଡି ରେ ଶ୍ରୀ ଜଗନ୍ନାଥ

ଅଣସର ପିଣ୍ଡି ରେ ଶ୍ରୀ ଜଗନ୍ନାଥ

1 min
25

ମାନବୀୟ ଲୀଳା ଖେଳା ରଚି ପ୍ରଭୁ

ତୁମକୁ ବି ହୁଏ ଜ୍ଵର

ଷାଠିଏ ପଉଟି ରୁଚୁ ନାହିଁ ଆଉ 

ବିଜେ ଅଣସର ଘର  ।

ବିଶ୍ଵନିୟନ୍ତା ଙ୍କ ପାଇଁ ଲୋଡା ପଡେ ପୁଣି

ବଇଦ ଦଶମୂଳ ପଥି ଉପଚାର

ଗହଳି ଚହଳି କିଛି ଶୁଭୁନାହିଁ 

ପହଡ଼ ପଡ଼ିଛି ସିଂହ ଦୁଆର ।

ତୁମ ଲୀଳା ଖାଲି ତୁମକୁ ହିଁ ଜଣା 

ଭକତ ରହିଛି ଚାହିଁ

ରଥ ପଥ ସବୁ ସଜେଇ ହେଲେଣି

ବିଜେ ହୁଅ ଭାବଗ୍ରାହୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics