ସବୁଜ
ସବୁଜ


ସବୁଜ ରଙ୍ଗ
ପ୍ରକୃତିକୁ ସମର୍ପିତ
ମା'ଙ୍କ ସ୍ବାଗତ ନିମନ୍ତେ ଧରା
ସବୁଜ ରଙ୍ଗେ ହୋଇଛି ମଣ୍ଡିତ ।
ସବୁଜିମା ମନେ ଭରିଦିଏ
ଅପାର ଶାନ୍ତି ଉଲ୍ଲାସ
ଉନ୍ନତି, ଉତ୍ତମ ସ୍ୱାସ୍ଥ୍ୟ
ଏହା ପ୍ରଗତିର ପ୍ରତୀକ ।
ଆଶ୍ଵିନରେ ପଡ଼ିଆରୁ କ୍ଷେତ
ସବୁ ଆଡେ ଦିଶେ ସବୁଜ
ମାତା ଅନ୍ନପୂର୍ଣ୍ଣା ଦୂର କରିବାକୁ
ଅନ୍ନ କଷ୍ଟ ଧରାରେ ହୁଅନ୍ତି ବିରାଜ ।
ହରି ନିଅନ୍ତି ସମସ୍ତ ଦୁଃଖ
ମାତା ଜଗତ୍ ଜନନୀ
ସକଳ ସୃଷ୍ଟି କରେ ପ୍ରଣିପାତ
ଚରଣେ ତୋର ମା' ତ୍ରିଭୂବନୀ ।