ଧର୍ମପତ୍ନୀ
ଧର୍ମପତ୍ନୀ
ଧର୍ମପତ୍ନୀ
କାହିଁ କେତେ ବାର ତୁମେତ ଭାଙ୍ଗିଛ
ନୀରବ ଗୁହାରି ମୋର
ତଥାପି ମୁଁ ଅଛି ତୁମରି ପାଖରେ
ସାଥୀ ଜନ୍ମ ଜନ୍ମାନ୍ତର ।
କେତେଥର ମୁହିଁ ନିଜକୁ ଯୋଡିଛି
ହୃଦୟେ ଆଘାତ ପାଇ
ତଥାପି ହାରିନି ତୁମରି ପାଇଁ ମୁଁ
ରହିବି ସାଥୀ ଟେ ହୋଇ ।
ତୁମେ କି ବୁଝିବ ମୋ ମନ ଦରଦ
ଅଦେଖା ଲୋତକ ଧାର
ଦେଖି ବି ଜାଣନା,ଜାଣିବି ବୁଝନା
ମନର ସାଇତା କୋହ ।
ଆଶା ଓ ଆକାଂକ୍ଷା ସଙ୍ଗିନୀ ସାଜନ୍ତି
ମୋ ଏକାନ୍ତ ସମୟରେ
ଅଦେଖା ଲୋତକ ଅକୁହା ବେଦନା
ବୁଝିକି ପାରିବ ଥରେ ।
ଧର୍ଯ୍ୟ ଧରି ମୁହିଁ ପ୍ରତି ମୂହୁର୍ତ୍ତରେ
ହୃଦୟକୁ କରିଛି ଦୃଢ଼
ସମୟ ଗଢିଛି ପରିପକ୍ୱ ମନ
ଧର୍ଯ୍ୟ ହୋଇଅଛି ଗାଢ଼ ।
ନିଜ କାଠଗଡା ଭିତରେ ମୁଁ ନିଜେ
ନିତି ହୋଇଥାଏ ଛିଡ଼ା
ସମାଜର ଯେତେ ଆକଟ ସଂକଟ
ମୋତେ କରିଥାନ୍ତି ଯେରା ।
ଅଭାବ ଦୁର୍ଭାଗ୍ୟ ସବୁ ମୁଁ ସହିଛି
ଚାହେଁ ନା ଦୋଷିର ଆଖ୍ୟା
ଧର୍ମପତ୍ନୀ ହେବାର ସମ୍ମାନ ମିଳୁ
ଏତିକି ମୋହର ଭିକ୍ଷା ।
