STORYMIRROR

Binata Mohanta

Drama Others

4  

Binata Mohanta

Drama Others

ନିର୍ବାଚନ ପ୍ରଚାର

ନିର୍ବାଚନ ପ୍ରଚାର

1 min
11


ରାଜନୀତିର ରଙ୍ଗମଞ୍ଚ 

ଜୋର ଧରିଛି ବର୍ତ୍ତମାନ 

ପ୍ରଚାର, ପ୍ରସାର ,ଭାଷଣରେ 

ଚତୁର୍ଦିଗ ହେଉଛି କମ୍ପମାନ ।

ସୁସଜ୍ଜିତ ପୋଷାକ ପିନ୍ଧି 

ବାହାରିଲେ ନେତା ଦଳ 

ଜନତା ଦେଖି ଯୋଡ଼ି ହାତ

କହୁଛନ୍ତି ପୁଣି ନେହୁରା ହୋଇ 

ଶୁଣ ଶୁଣ ମୋର ଭଉଣୀ ଭାଇ 

ଆମରି ଚିହ୍ନରେ ଭୋଟ ଦେଇ 

ନିଶ୍ଚିତ ଆମକୁ ଦିଅ ଯିତାଇ ।

ପ୍ରଚାର ନିମନ୍ତେ ଗାଡ଼ିରେ 

ପଡ଼ିଛି ମାଗଣା ପେଟ୍ରୋଲ 

ଜଳଖିଆ ଭୋଜନ ସାଙ୍ଗକୁ 

ମିଳୁଛି ଗାମୁଛା ପୁଣି ପାଣି ବୋତଲ ।

ଜନ୍ମ ଠାରୁ ମୃତ୍ୟୁ କେତେ ଯୋଜନା 

ନେଇ ଆସିଛନ୍ତି ସାଥେ

ଭୋଟ ସରିଲେ କିଛି ପ୍ରତିସୃତି 

ହୋଇ ଥାଏ ପୁରା, ଆଉକିଛି 

ରହି ଯାଇ ଥାଏ ପଥେ ।

ଜଳ, ବିଦ୍ୟୁତ୍, ସ୍ବାସ୍ଥ୍ୟ ସେବା 

ବାସ ଗୃହ, ସଡ଼କ ନିର୍ମାଣ 

p>

ଦୁର୍ଘଟଣା ବିମା ଠାରୁ ଭିନ୍ନକ୍ଷମ 

ବିଧବା, ବୃଦ୍ଧା ଭତ୍ତା ସବୁ ମାଗଣା ।

ଦୁଇ ଟଙ୍କା ଚାଉଳ ଦେବୁ

ବେକାରୀ ସମସ୍ୟା ଦୂର କରିବୁ  

କ୍ଷୁଦ୍ର ଶିଳ୍ପ, କୁଟୀର ଶିଳ୍ପ, ପଶୁପାଳନ କରି 

ସମସ୍ତ ମା' ଭଉଣୀ ସ୍ବାବଲମ୍ବୀ କରିବୁ ।

କେଉଁଠି ପହଞ୍ଚନ୍ତି ଚାଲି

କେଉଁ ଠାରେ ପୁଣି ରାଲି

କେଉଁଠି ବାଜୁଛି ଡି ଜେ ବାଜା 

କେଉଁ ଠାରେ ହୋଇଛି ଆଲୋକ ସଜା

କେଉଁ ଠାରେ ନୋଟ ବାଣ୍ଟି

ଦଳ ନେଉଛି ଭୋଟ ସାଉଁଟି । 

କ୍ଷମତା ମୋହରେ ହୋଇ ବସିଭୁତ

ଭୋଟ ସାଉଁଟି ବାକୁ ଭିଡନ୍ତି ଅଣ୍ଟା

ନିଜ ନିଜ ଦଳର ପ୍ରଚାର ନିମନ୍ତେ 

ନେତା ଆସୁଛନ୍ତି ଘଣ୍ଟା କୁ ଘଣ୍ଟା ।

ସ୍ବାଧୀନତାର ୭୭ତମ ବର୍ଷରେ 

କରିଛୁ ଆମେ ପଦାର୍ପଣ 

ଉଚିତ୍ ଭୋଟ ଦେଇ ବାଛିବା ସରକାର 

ଦେଶର ହେବ ବିକାଶ,ହେବ ଶଶକ୍ତି କରଣ ।



Rate this content
Log in

Similar oriya poem from Drama