STORYMIRROR

Usharani Sahoo

Drama

4  

Usharani Sahoo

Drama

ଦୁହିତା

ଦୁହିତା

1 min
275


ସୃଷ୍ଟିର ଆରମ୍ଭ ସୃଷ୍ଟିର ବିନାଶ

ସେ ପୁଣି ଜଗତଜିତା

ଦୁଇ କୁଳର ହିତ ବୋଲି ସିଏ

ନାମ ତାହାର ଦୁହିତା।


ବାପଘର ପାଇଁ ଅଲିଅଳ ଝିଅ

ଵାଣ୍ଟଇ ସ୍ନେହ ମମତା

ଟିକି ଓଠ ଧାରେ ମଧୁର ମହକ

ହସରୁ ଝରେ ମୁକୁତା।


ଶାଶୁ ଘରେ ଝିଅ ଗୃହଲକ୍ଷ୍ମୀଟିଏ

ହୃଦୟେ ଥାଏ ଶୁଦ୍ଧତା

ସେନେହ ଡୋରିରେ ବାନ୍ଧି ଦେଇ ସିଏ

ସାଜିଥାଏ ପତିବ୍ରତା।


ପ୍ରେମିକ ପାଇଁ ସେ ବିଦଗ୍ଧ ପ୍ରାଣର

ସାଜେ ସ୍ୱପ୍ନର ନାୟିକା

ତୁଷାର୍ତ୍ତ ଜୀବନେ ସ୍ରୋତସ୍ୱନୀଟିଏ

ଭରିଦିଏ ତା ଶୂନ୍ୟତା।


ସନ୍ତାନର ସିଏ ପ୍ରସଵିନୀଟିଏ

ଢାଳେ ବାତ୍ସଲ୍ୟମମତା

ଜୀବନଟା ତା'ର ସାର୍ଥକ ହୁଅଇ

ଦୁହିତା ପାଏ ପୂର୍ଣ୍ଣତା।


ଆଖିର ଲୁହକୁ ହୃଦୟରେ ରଖି

ଗୋପନେ ଅକୁହା କଥା

କେତେ ଯେ ଯାତନା କେତେ ଯେ ଲାଞ୍ଛନା

ଜଳି ହୁଏ ସେ ସଳିତା।


ଦୁନିଆ ଆଗରେ ଅସ୍ଥିତ୍ଵକୁ ରଖି

ହୁଏ ସେ ଅପରାଜିତା

ସର୍ଵଂସ୍ୱହା ହୋଇ ତୁଣ୍ଡେ ପାନ କରି

ଜନନୀ ରୂପେ ଵିଦିତା।


ଦୁହିତା ବୋଲି ସିଏ ଦୁଇ କୁଳର

ହିତ ସାଧନ ସାଧିତା

ଯୁଗ ଯୁଗକୁ ସେ ସୃଷ୍ଟିର ଜନନୀ

ସଦା ସର୍ବତ୍ର ପୂଜିତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama