STORYMIRROR

Debabrata Mishra

Abstract Drama Action

4  

Debabrata Mishra

Abstract Drama Action

ମୋହରେ ଜୀବନ ମାୟାରେ ମରଣ

ମୋହରେ ଜୀବନ ମାୟାରେ ମରଣ

1 min
217

ବୟସ ଵୃକ୍ଷରେ ଯେବେ ହୁଏ ପତ୍ରଝଡ଼ାର ଆଶଙ୍କା

ସେତେବେଳେ ଅଧାପାଚିଲା ପତ୍ର ବି ଦେଖାଏ ଅନୁକମ୍ପା

ମୋହ କହିବ ଦେଖଥରେ ଦେଖିବ ନିମିଷକରେ

ତୁମେ ପଡ଼ିବନି ମାୟାରେ, ସବୁଜତା ବୈଶାଖ ଆଣିବ

ମୋହର ଜୀବନ ସହଜ, ମାୟା ପଶିଲେ ମରଣ ଆସିବ ।


ସୁଗୁଣର ସାନ୍ନିଧ୍ୟରେ ତରଳିଲେ କେବେ ହୃଦୟ ପଥର

ଗୁଣକୁ ପୂଜିବ, ତାକୁ ଛୁଇଁବାକୁ ହେବନି କେବେ କାତର

ମୋହ କହୁଛି ଜୀବନ ସୁନ୍ଦର ସୁସ୍ଥ ସରଳତାର ଘରଟିଏ

ତୁମେ ବୁଡ଼ିବନି କେବେ କାୟାରେ, ସମୟ ତୁମକୁ ଗାଳିବ

ମୋହର ଜୀବନ ସ୍ୱାଭାବିକ, ମାୟାକୁ ଛୁଇଁଲେ ସେ ଗ୍ରାସିବ ।


ପ୍ରକୃତି କହେ ପିମ୍ପୁଡ଼ି ଠୁ ଘୁଷୁରି ଯାଏ ସଭିଏଁ ସୁନ୍ଦର

ଈଶ୍ବର ହାତରେ ଗଢା କେହିଁ ନୁହେଁ ଖଣ୍ଡିଆ ଅସୁନ୍ଦର

ମୋହ କହୁଥାଏ ପଦ୍ମଟିଏ ମୁଁ ତୁମେ ପଙ୍କକୁ ପଢଥରେ

ତୁମେ ହଜିବନି କେବେ ରୂପରେ, ପରିବର୍ତ୍ତନକୁ ବୁଝିନିଅ

ସ୍ୱପ୍ନ ଶିଶୁଟିଏ ନିଷ୍ପାପ, ନିଷ୍ଠୁର ସତ୍ଯ ଓ ବାସ୍ତବକୁ ଶୁଣିନିଅ ।


ଆତ୍ମା ସଦୈବ ପୂଜନୀୟ ଶରୀର ଆସେ ପୁଣି ଯାଉଥାଏ

ମନକୁ କରିବ ବନ୍ଦନା, ପ୍ରାର୍ଥନା ଅଦୃଶ୍ଯ କିନ୍ତୁ ଆତ୍ମା ଜାଣୁଥାଏ

ମୋହ ଜୀବନର ଅବିଚ୍ଛେଦ୍ୟ ଅଂଶ, ମାୟା ଜଳରେ ବି ଜାଳିବ

ଜ୍ଞାନୀ-ଗୁଣୀ-ପଣ୍ଡିତ ସାଜନ୍ତି ମୁରୁଖ ମାୟାର ପ୍ରଭାବ ଏମିତି

ମୋହ ଆବଶ୍ଯକତା ସଂସାରେ, ଜୀବନ ଜାଳିଦିଏ ମାୟାର ପ୍ରକୃତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract