STORYMIRROR

Kartik chandra panda

Abstract

4  

Kartik chandra panda

Abstract

ଶୀତୁଆ ସକାଳ

ଶୀତୁଆ ସକାଳ

1 min
17


ଚାରିଆଡେ ଧୂସର ବର୍ଣ୍ଣର କୁହୁଡି

ଘାସ ଗାଲିଚାରେ ଶିଶିର ର ବିନ୍ଦୁ

ସତେକି ପ୍ରକୃତି ରାଣୀ ପିନ୍ଧି ଅଛି

ହୀରକ ର ହାର କଣ୍ଠରେ ତାହାର

ଦେବାଳୟରୁ ଭାସି ଆସୁଛି

ଭଜନ, ଜଣାଣ ଭକ୍ତି ସଂଗୀତର ମୂର୍ଚ୍ଛନା

ଆଖିରୁ ନିଦ ଛାଡି ଗଲାଣି

ତଥାପି ଶଯ୍ୟା ଛାଡି ବାକୁ ଇଚ୍ଛା ହଉନି

ଭୀଷଣ ଶୀତରେ

କମ୍ବଳ ଭିତରୁ ଶରୀର କୁ

ପୂରୁବ ଦିଗରେ ରକ୍ତିମ ଆଭା

ବାଳ ସୂର୍ଯ୍ୟ ର ଲୋହିତ କିରଣ

ବିଞ୍ଚି ହୋଇ ପଡ଼ିଲାଣି ଆମ ଦାଣ୍ଡ ବାରଣ୍ଡା ରେ

ଶୀତରୁ ରକ୍ଷା ପାଇବା ପାଇଁ ଗାଆଁ ପିଲା ମାନେ

ଖରା ପୁହିଁ ହେବାରେ ବ୍ୟସ୍ତ

କିଏ କିଏ ପୁଣି ନିଆଁ ଜାଳି

ହାତ ଗୋଡ଼ କୁ ସେକି ହେଉଛନ୍ତି

ହାତରେ ଦାଆ, ବାହୁଙ୍ଗୀ ଧରି କୃଷକ ଭାଇ

ଚାଲିଛି ଆଣିବାକୁ ସୁନାର ଫସଲ

ଆଉ ଛୋଟ ଛୋଟ ପିଲାମାନେ

କାନ୍ଧରେ ବ୍ୟାଗ ଆଉ ଛୋଟ ଛୋଟ ସାଇକେଲ ଧରି

ଚାଲିଛନ୍ତି କୋଚିଂ ସେଣ୍ଟର କୁ

ମାଆ, ମାଉସୀ ମାନେ ତରବର ହୋଇ

ଦାଣ୍ଡ ପହଁରେଇବା, ବାସନ ମାଜିବାରେ

ଲାଗିଗଲେଣି.

ବୁଢ଼ୀ ମା କାଖରେ ନାତି ନାତୁଣୀ ଙ୍କୁ ଧରି

ଖରା ରେ ଠିଆ ହୋଇ ଦେହକୁ ଶୀତ ଦାଉରୁ ରକ୍ଷା କରୁଛି.

ବୁଢା ବାପା ମାନେ ଚାରି ଆଡେ ବୁଲି

ନାନା ପ୍ରକାର ଫୁଲ ତୋଳି ଆଣୁଛି

ଠାକୁର ପୂଜା ପାଇଁ

ଶୀତୁଆ ସକାଳ ଶୀତ ହେଲେ କଣ ହେଲା

ମନୋରମ ପରିବେଶ ଅତି ଆନନ୍ଦ ଦିଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract