STORYMIRROR

Kartik chandra panda

Comedy

4  

Kartik chandra panda

Comedy

ଶାଶୁମା 'ଙ୍କୁ ଚିଠି

ଶାଶୁମା 'ଙ୍କୁ ଚିଠି

1 min
12


ମାନନୀୟା ଶାଶୁ ମା

 ଶୁଣ ମୋର ଗୁହାରୀ

ଯେତେ ଶୀଘ୍ର ପାର ଆସି ଆମ ଘର 

ସାଥିରେ ନେଇଯ ଝିଅ ତୁମରି

ମାନନୀୟା ଶାଶୁମା

 ଶୁଣ ମୋର ଗୁହାରୀ 

  ଝିଅ ବାହାଘର କରିଲ 

  ସାଥେ ଗୋଟେ ମୋବାଇଲ ଦେଲ

  ଦିନ ରାତି ବସି ଗପୁଛି କା ସାଥେ

  ପଚାରିଲେ କହେ ସାଙ୍ଗ ମୋହରି

ମାନନୀୟା ଶାଶୁମା

   ଶୁଣମୋର ଗୁହାରୀ

 ଝିଅ ତୁମ ମାନୁନି କଥା

 ଦିଏ ଖାଲି ଆମକୁ ବ୍ୟଥା

 ରୋଷେଇ ନକରି ମୋବାଇଲ ଧରି

    ଶୋଇ ରହୁଅଛି ଦିବା ସର୍ବରୀ

 ମାନନୀୟା ଶାଶୁମା

   ଥରେ ଶୁଣ ଗୁହାରୀ 

ମନକୁ ଆସିଲେ କରୁଛି କାମ

କରମ ମୋହର ହେଲାଣି ବାମ

ତାର ହାତ ଧରି ହିନସ୍ଥା ହେଲିଣି

ଏବେ ନେଇଯାଅ ଝିଅ ତୁମରି

ମାନନୀୟ ଶାଶୁମା

  ଶୁଣ ମୋର ଗୁହାରି

 ଟାଣ କରି କଥା ପଦେ କହିଲେ

 ଚଣ୍ଡୀ ରୂପ ସିଏ ଦେଖାଏ ଭଲେ

 ଅଣ୍ଟିରେ ଲୁଗା କୁ ଭିଡି ଦେଇ ସିଏ

 ଘରରୁ ପଦାକୁ ଆସେ ବାହାରି

 ମାନନୀୟା ଶାଶୁମା

   ଶୁଣ ମୋର ଗୁହାରି

ନିତି ହୁଏ କେତେ କେତେ ଫେସନ

ଦରକାର ତାର ମାରୁତି ଭେନ

ଚାକିରୀ ଟଙ୍କା ତ ଖର୍ଚ୍ଚ କୁ ନିଅଣ୍ଟ

କହୁଛି ଆଣୁନ ତୁମେ ଉପୁରି

ମାନନୀୟା ଶାଶୁମା

ଶୁଣ ମୋର ଗୁହାରି

ମହିଳା ମାନଙ୍କ ନେତ୍ରୀ ହୋଇଛି

ବ୍ୟାଙ୍କ,ଓ ବ୍ଲକକୁ ନିତି ଧାଉଁଛି

ସ୍ୱାଧୀନ ଭାବରେ ଚଳିବାକୁ କହେ 

 ନହେଲେ କହୁଛି ଯିବି ବାହାରି

ମାନନୀୟା ଶାଶୁ ମା

 ଶୁଣ ମୋର ଗୁହାରୀ ।

   ଦିନ ରାତି ଚବିଶ ଘଣ୍ଟା

   ଗପୁଛି ସେ ଘଣ୍ଟାକୁ ଘଣ୍ଟା

 କା ସଙ୍ଗେ ଗପୁଛି କିଛି ବି କହୁନି

  ଥୁବୁରା ହେଲିଣି ତାକୁ ପଚାରି

 ମାନନୀୟା ଶାଶୁମା

  ମୋର ଶୁଣ ଗୁହାରୀ

  ଭାତ ରାନ୍ଧେ ପେଜୁଆ କରି

  ଲୁଣିଆ ତ ହୁଏ ତରକାରୀ

 କହିଲେ କହୁଛି ନିଜେ ରାନ୍ଧି ଖାଅ

   ରହି ନାହିଁ ତୁମ ଘରେ ଚାକିରୀ

 ମାନନୀୟା ଶାଶୁମା

 ଶୁଣ ମୋର ଗୁହାରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy