STORYMIRROR

Kartik chandra panda

Comedy

4  

Kartik chandra panda

Comedy

ଶାଶୁମା 'ଙ୍କୁ ଚିଠି

ଶାଶୁମା 'ଙ୍କୁ ଚିଠି

1 min
6


ମାନନୀୟା ଶାଶୁ ମା

 ଶୁଣ ମୋର ଗୁହାରୀ

ଯେତେ ଶୀଘ୍ର ପାର ଆସି ଆମ ଘର 

ସାଥିରେ ନେଇଯ ଝିଅ ତୁମରି

ମାନନୀୟା ଶାଶୁମା

 ଶୁଣ ମୋର ଗୁହାରୀ 

  ଝିଅ ବାହାଘର କରିଲ 

  ସାଥେ ଗୋଟେ ମୋବାଇଲ ଦେଲ

  ଦିନ ରାତି ବସି ଗପୁଛି କା ସାଥେ

  ପଚାରିଲେ କହେ ସାଙ୍ଗ ମୋହରି

ମାନନୀୟା ଶାଶୁମା

   ଶୁଣମୋର ଗୁହାରୀ

 ଝିଅ ତୁମ ମାନୁନି କଥା

 ଦିଏ ଖାଲି ଆମକୁ ବ୍ୟଥା

 ରୋଷେଇ ନକରି ମୋବାଇଲ ଧରି

    ଶୋଇ ରହୁଅଛି ଦିବା ସର୍ବରୀ

 ମାନନୀୟା ଶାଶୁମା

   ଥରେ ଶୁଣ ଗୁହାରୀ 

ମନକୁ ଆସିଲେ କରୁଛି କାମ

କରମ ମୋହର ହେଲାଣି ବାମ

ତାର ହାତ ଧରି ହିନସ୍ଥା ହେଲିଣି

ଏବେ ନେଇଯାଅ ଝିଅ ତୁମରି

ମାନନୀୟ ଶାଶୁମା

  ଶୁଣ ମୋର ଗୁହାରି

 ଟାଣ କରି କଥା ପଦେ କହିଲେ

 ଚଣ୍ଡୀ ରୂପ ସିଏ ଦେଖାଏ ଭଲେ

 ଅଣ୍ଟିରେ ଲୁଗା କୁ ଭିଡି ଦେଇ ସିଏ

 ଘରରୁ ପଦାକୁ ଆସେ ବାହାରି

 ମାନନୀୟା ଶାଶୁମା

   ଶୁଣ ମୋର ଗୁହାରି

ନିତି ହୁଏ କେତେ କେତେ ଫେସନ

ଦରକାର ତାର ମାରୁତି ଭେନ

ଚାକିରୀ ଟଙ୍କା ତ ଖର୍ଚ୍ଚ କୁ ନିଅଣ୍ଟ

କହୁଛି ଆଣୁନ ତୁମେ ଉପୁରି

ମାନନୀୟା ଶାଶୁମା

ଶୁଣ ମୋର ଗୁହାରି

ମହିଳା ମାନଙ୍କ ନେତ୍ରୀ ହୋଇଛି

ବ୍ୟାଙ୍କ,ଓ ବ୍ଲକକୁ ନିତି ଧାଉଁଛି

ସ୍ୱାଧୀନ ଭାବରେ ଚଳିବାକୁ କହେ 

 ନହେଲେ କହୁଛି ଯିବି ବାହାରି

ମାନନୀୟା ଶାଶୁ ମା

 ଶୁଣ ମୋର ଗୁହାରୀ ।

   ଦିନ ରାତି ଚବିଶ ଘଣ୍ଟା

   ଗପୁଛି ସେ ଘଣ୍ଟାକୁ ଘଣ୍ଟା

 କା ସଙ୍ଗେ ଗପୁଛି କିଛି ବି କହୁନି

  ଥୁବୁରା ହେଲିଣି ତାକୁ ପଚାରି

 ମାନନୀୟା ଶାଶୁମା

  ମୋର ଶୁଣ ଗୁହାରୀ

  ଭାତ ରାନ୍ଧେ ପେଜୁଆ କରି

  ଲୁଣିଆ ତ ହୁଏ ତରକାରୀ

 କହିଲେ କହୁଛି ନିଜେ ରାନ୍ଧି ଖାଅ

   ରହି ନାହିଁ ତୁମ ଘରେ ଚାକିରୀ

 ମାନନୀୟା ଶାଶୁମା

 ଶୁଣ ମୋର ଗୁହାରି ।



Rate this content
Log in

Similar oriya poem from Comedy