ତମେ ଆସିଯାଅ ଅନ୍ ଲାଇନରେ
ତମେ ଆସିଯାଅ ଅନ୍ ଲାଇନରେ


କରୋନାକୁ କହେ କ୍ଲାସ୍
ତମେ କେତେ ଦିନ ଦେବ ଟାକ୍ସ
ବରଷେ ହେଲାଣି ତମ ପାଠ ପଢା
ମୋ ଜୀବନ ହେଲାଣି ଲାସ୍ ।।
ବହି ଖାତା ସବୁ ଚୁଲିରେ ପଶିଛି
ପିଲାଏ ଗଲେଣି ଭୁଲି
ଦୋକାନୀ ବାପୁଡା ଗାଲରେ ଚାପୁଡା
ମାରୁଅଛି ବସି ଖାଲି ।।
ମୋବାଇଲ ଧରି ମୁରୁକି ହସନ୍ତି
କଲମ କାଗଜ ନାହିଁ
କିବା ପଢି ପାଠ ସେ ହୋଇବେ ଚାଟ
ପିଲେ ହେଉଛନ୍ତି ଟୁଆଁ ଟୁଇଁ ।।
କଳାପଟା କଳାପାଣି କି ଗଲାଣି
ଝାଡୁଟେ ବାଜୁନି ଦେହେ
ଚଅକ ଡଷ୍ଟର ଭୁଲିରେ ମାଷ୍ଟର
ଡେଏସ୍କ ବେଏଁଚ ଫାଏଁ ।।
ମନ୍ଦିର ବି ଖୋଲା ମ
ଦିରା ବି ଖୋଲା
ଖୋଲା ତ ବଜାର ଘାଟ
ମୋ ପାଇଁ କାହିଁକି ଏତେ ଅଙ୍କ କଷା
ଚାଲୁଅଛି ପୁଣି ନାଟ ।।
ତୁଣ୍ଡିକୁ କେହିତ ନାକରେ ପିନ୍ଧୁନି
ବେକରେ ସାଜିଛି ଦୋଳି
ହାତଧୁଆ ସାତ ସପନ ହେଲାଣି
ସମଦୂରତା ତ କୋଳାକୋଳି ।।
ବିଜ୍ଞାନ ଯୁଗରେ ବିଜ୍ଞାନୀ ହେବେ କି ?
ହେବେ ପିଲେ ଗଣ୍ଡ ମୁର୍ଖ
ଲାଇନ୍ ନାହିଁ କି ନେଟ ରହୁନି
ସହି ହେଉନାହିଁ ଦୁଃଖ ।।
ଶହେ ଥର ଭାକା ଥରୁଟିଏ ଲେଖା
ଇଏ ଅଫ୍ ଲାଇନ୍ ପାଠ
ତମେ ଆସିଯାଅ ଅନ୍ ଲାଇନରେ
ଖୋଲୁ ମୋ ଇସ୍କୁଲ ଗେଟ ।।