STORYMIRROR

Amulya Kumar Nayak

Comedy Fantasy

4  

Amulya Kumar Nayak

Comedy Fantasy

ତମେ ଆସିଯାଅ ଅନ୍ ଲାଇନରେ

ତମେ ଆସିଯାଅ ଅନ୍ ଲାଇନରେ

1 min
358


କରୋନାକୁ କହେ କ୍ଲାସ୍

   ତମେ କେତେ ଦିନ ଦେବ ଟାକ୍ସ

ବରଷେ ହେଲାଣି ତମ ପାଠ ପଢା

   ମୋ ଜୀବନ ହେଲାଣି ଲାସ୍ ।।


ବହି ଖାତା ସବୁ ଚୁଲିରେ ପଶିଛି

   ପିଲାଏ ଗଲେଣି ଭୁଲି

ଦୋକାନୀ ବାପୁଡା ଗାଲରେ ଚାପୁଡା

    ମାରୁଅଛି ବସି ଖାଲି ।।


ମୋବାଇଲ ଧରି ମୁରୁକି ହସନ୍ତି

    କଲମ କାଗଜ ନାହିଁ

କିବା ପଢି ପାଠ ସେ ହୋଇବେ ଚାଟ

    ପିଲେ ହେଉଛନ୍ତି ଟୁଆଁ ଟୁଇଁ ।।


କଳାପଟା କଳାପାଣି କି ଗଲାଣି

    ଝାଡୁଟେ ବାଜୁନି ଦେହେ

ଚଅକ ଡଷ୍ଟର ଭୁଲିରେ ମାଷ୍ଟର

    ଡେଏସ୍କ ବେଏଁଚ ଫାଏଁ ।।


ମନ୍ଦିର ବି ଖୋଲା ମଦିରା ବି ଖୋଲା

    ଖୋଲା ତ ବଜାର ଘାଟ

ମୋ ପାଇଁ କାହିଁକି ଏତେ ଅଙ୍କ କଷା

    ଚାଲୁଅଛି ପୁଣି ନାଟ ।।


ତୁଣ୍ଡିକୁ କେହିତ ନାକରେ ପିନ୍ଧୁନି

    ବେକରେ ସାଜିଛି ଦୋଳି

ହାତଧୁଆ ସାତ ସପନ ହେଲାଣି

   ସମଦୂରତା ତ କୋଳାକୋଳି ।।


ବିଜ୍ଞାନ ଯୁଗରେ ବିଜ୍ଞାନୀ ହେବେ କି ?

    ହେବେ ପିଲେ ଗଣ୍ଡ ମୁର୍ଖ

ଲାଇନ୍ ନାହିଁ କି ନେଟ ରହୁନି

    ସହି ହେଉନାହିଁ ଦୁଃଖ ।।


ଶହେ ଥର ଭାକା ଥରୁଟିଏ ଲେଖା

    ଇଏ ଅଫ୍ ଲାଇନ୍ ପାଠ

ତମେ ଆସିଯାଅ ଅନ୍ ଲାଇନରେ

    ଖୋଲୁ ମୋ ଇସ୍କୁଲ ଗେଟ ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy