STORYMIRROR

Sarada Parida

Others Inspirational Comedy

2.6  

Sarada Parida

Others Inspirational Comedy

ସ୍ଵାଧୀନତା

ସ୍ଵାଧୀନତା

1 min
19.8K


ଯେଉଁଠି ଦି ଓଳି ପେଟ ପାଇଁ  ଚିନ୍ତା,

ଦଲାଲର ଦାଦାଗିରିରେ ଦଗ୍ଧ ଦାଦନ,

ଅନଟନରେ ଅନ୍ନଦାତା,

ମଝି ରାସ୍ତାରେ ହୁଙ୍କାର ଖାଏ ଦାନବ,

ଅସହାୟ ବନିତା,

ସେଠି କେଉଁ ମୂଲ କୁହ

ଲାଭକରି ସ୍ଵାଧୀନତା !

ବାସ ଯେଉଁଠି

ଓଳିଏର ଶାଗୁଆତି,

କେଇଟା ଟଙ୍କାରେ ବନ୍ଧା ପଡେ ଅଧିକାର,

ତଉଲା ହୁଏ ସାମର୍ଥ୍ୟ,

ସ୍ନିଗ୍ଧ ଶୋଣିତ କରବାଳର ମୁନରେ,

ପାଲଟି ଯାଏ ଦୃଶ୍ୟ ପଟ,

ଅଧର୍ମୀ ଆବୋରିନିଏ ରାଜଗାଦି,

ପାଲଟିଯାଏ ଭାଗ୍ୟ ବିଧାତା !

ସେଠି କେଉଁ ମୂଲ କୁହ

ଲାଭକରି ସ୍ଵାଧୀନତା !

 

ତେଣିକି ନ୍ୟାୟ ଆନ୍ୟାୟର

ଆଉ କି ବିଚାର,

ସ୍ୱାଧିନତାର ଦ୍ଵାହିରେ ବେଶ କିଛି

ଆଲୋଚନା ପର୍ଯାଲୋଚନା,

କିଛି ଅବରୋଧ, ଜାମ ଆଉ ହରତାଳ,

ତହିଁରୁ ଜନ୍ମ

ଆଉ କିଛି କାର୍ପଟଦାର ଓ  ନେତା,

ବିଚାର ଜନତା,

ପୁଣି ନୀରବ ଦ୍ରଷ୍ଟା !

ତେଣୁ  କେଉଁ ମୂଲ କୁହ

ଲାଭକରି ସ୍ଵାଧୀନତା !

 

ଏଠି ତ ସ୍ୱାଧିନତାର ଦ୍ଵାହିରେ

ଆତତାୟୀର ଛଳ ଅଭିନୟ,

ସାଧୁ ଦେଶାନ୍ତର,

ଲମ୍ପଟ ଜଗିଛି ମଠ,

ଦେଶ ପ୍ରୀତିକୁ ବଳି ଗଲାଣି

ଦଳ ପ୍ରୀତି,

ରାଜ ନେତାର ପ୍ରରୋଚନାରେ

ପ୍ରବଞ

୍ଚିତ ଦେବତା,

ମୁମୁର୍ଷ ପ୍ରକୃତି,

ଦିବାଲୋକେ ହରିଲୁଟ,

କାନୁନ ତ ବହି ଲେଖା କଥା,

ବ୍ୟକ୍ତି ସ୍ଵାଧୀନତାର ଦ୍ଵାହିରେ,

ଆତଙ୍କିର  ନଗ୍ନ ନୃତ୍ୟ,

ମେଳି ମେଳି ଚୋର ଖଣ୍ଟ,

ଲୋକତନ୍ତ୍ରର ଆଢୁଆଳରେ,

ଏଠି ପୀଢି ପରେ  ପୀଢିର ଶାସନ,

ନେତା ପୁଅ ନେତା,

ତେଣୁ  ଏଠି କେଉଁ ମୂଲ କୁହ,

ଲାଭ କରି ସ୍ଵାଧୀନତା !

 

ଆଜି ଆସିଛି ମୁକ୍ତ ହେବାର ବେଳ,

ପରଖିବା

ସାଧୁ ଆଉ ଲମ୍ପଟର ଭେଷ,

ସ୍ଵ ତେଜି ସୁବିଧାବାଦର ଅଭିପ୍ସା,

ଧନ ଧର୍ମର ଚକ୍ରବ୍ୟୁହ ଭେଦି

ଭୁଲି ବଡକୁହାମାନଙ୍କର ବାହାସ୍ଫୋଟ କଥା,

ପରଖିବାକୁ ହେବ ସତ୍ୟ ଆଉ ମିଥ୍ୟା,

ପୁଣି ଆଉ ଥରେ,

ପୁନର୍ଜୀବିତ କରିବାକୁ ହେବ

ମୁମୁର୍ଷ ଏ ଦେଶର ସ୍ଵାଧୀନତା !

 

 

 

 

 

 

 

ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ ଜଟଣୀ , ଖୋର୍ଦ୍ଧା

 


Rate this content
Log in