STORYMIRROR

Sarada Parida

Others

5.0  

Sarada Parida

Others

ଶୀତ

ଶୀତ

1 min
9.5K


ମୁଁ କାକର ର ଟୋପା ଟିଏ
ଶୀତ ସକାଳ ର
ତୁମେ ଅଳପ ଉଷୁମ ତାତି
କଅଁଳ ଖରା ର

ହସି ଦେଲେ ଅଳ୍ପ ଅଳ୍ପ
ଚାହିଁ ଦେଇ ମୋତେ
ମୋତି ପରି ଚମକେ ମୁଁ
ତୁମରି ପରଶେ

ଶୀତ ର ସକାଳ ସାଥି
ଘନ କୁହୁଡି ଚାଦର
ସକାଳ ର ନାଲି ଚା
ଚୁଲି ନିଆଁ ର ଆଦର

କେଡେ ଯେ ଉଷ୍ମତା ସଖୀ
କେଡେ ସତେଜ ସେ ସ୍ମୃତି
ଛାତିର ସ୍ପନ୍ଦନ ଶୁଣେ
ଯେବେ ନିରବ ରେ ଛାତି
ରାତି ରାତି କଟିଯାଏ
ଋତୁ ଅଗୋଚରେ
ମନ ର ମିଳନ ଋତୁ
ଦେହ ପାର୍ବଣ ରେ

ଆଖିର କଜଳ
ଓଠେ ରକ୍ତ ପଟଳ ର ଲେପ
ପାଦ ରେ ଅଳତା
ଭ୍ରୂଲତା କୋଦଣ୍ଡ ନାରାଚ

ସିଂଥୀରେ ସିନ୍ଦୁର
ପାଦେ ପାଉଁଜି ରୁପାର
ନ ହାରିବ କେଉଁ ବୀର
ପ୍ରେମ ର ଯୁଦ୍ଧ ର

ହାରିବା ଜିତିବା ସଖୀ
ସବୁ ଏକାକାର
ହାରିଲେ ଜିତିବା ସୁଖ
ଲଙ୍ଗେ ହୃଦ ସିନ୍ଧୁ ତୀର

ମୁଁ ପ୍ରଭାତ ଶିଶିର ପରି
ଶୀତ ସକାଳ ରେ
ଆହ୍ଲାଦ ରେ ଚମକି ବି
ତୁମ ପୀରତି ଛୁଆଁ ରେ


Rate this content
Log in