STORYMIRROR

Sarada Parida

Others

2  

Sarada Parida

Others

ଫୁଲଟିଏ ହେବି

ଫୁଲଟିଏ ହେବି

1 min
13.3K


ମୁଁ ଅତୀତର ଶୋକ କରିବି

ନା ପଶ୍ଚାତାପ


ହେ ଭବିଷ୍ୟତ

କେଉଁଠି ତୋର ଅବସ୍ଥାନ

ମୁଁ କୁସୁମରେ ତୋ ପଥର

ଆବାହନ ପାଇଁ

ଉଲ୍ଲସିତେ

ଜୀବନର ପଥେ

ସୁମାନସେ ପ୍ରତୀକ୍ଷା କରିବି

ଅବା

ଲୋତକର ଉଛୁଳା ଧାରରେ

ଜୀର୍ଣ୍ଣ ଯେ ଜୀବନର ବାଟ

ସେ ବାଟକୁ ଧୋଇବାର

ବୃଥା ପଣେ ଯିବି


ହେ ଜୀବନ,

ଅନନ୍ତ ତୋ ରହସ୍ୟ


ଫୁଟୁ ଥିବା ଫୁଲର ସୋନ୍ଦର୍ଯ୍ୟ

ତାକୁ ଉପଭୋଗ କରିବୁ

ନା କଳିକାର ଅତୀତକୁ ସ୍ମରି

ତୁ ଅତୀତକୁ ଫେରିବୁ

ଜାଣିଛୁ ସେ ହସୁଥିବା

ଫୁଲର ଆୟୁଷ

ହୁଏତ ହୋଇପାରେ

ଆଉ ମାତ୍ର କେତେ ବା ଘଡିର


ହେ ଜୀବନ

କିଛି ଫରକ ନାହିଁ

ଫୁଲ ମଣିଷ

ପଶୁ ପକ୍ଷୀ ଭିତରେ

ଲୋଡ଼ା ନାହିଁ ଭବିଷ୍ୟତର ଦର୍ପଣ

ଜାଣି କେଉଁ ଲାଭ

ଆୟୁଷର ଅବଧି


ତୁ ଫୁଲଟିଏ ହେବୁ

ନା ଥିବ ଅତୀତର ଅନୁତାପ

ନା ଭବିଷ୍ୟତର ଅନୁଶଙ୍କା

ତେଣିକି ହସୁଥିବୁ

ବର୍ତ୍ତମାନର ଉଲ୍ଲାସରେ




©ଶାରଦା ପ୍ରସାଦ ପରିଡ଼ା


Rate this content
Log in