STORYMIRROR

Sarada Parida

Others

2  

Sarada Parida

Others

ରାଜନୀତି

ରାଜନୀତି

1 min
4.9K




କୁଆଁ ତରା ର
ଝାପ୍ସା ଝାପ୍ସା
ଫର୍ଚା ଆଲୁଅ
ସନା ସାହୁ ର
ଚା' ଦୋକାନ ରୁ
ଅଳସ ଭାଙ୍ଗୁଛି ଜୀବନ

ପାହାନ୍ତି ସକାଳ ର
ଫର୍ଚା ଆଲୁଅ ଭିତରେ
ଜୀବନ ର ଚର୍ଚ୍ଚା
ଯାତନା ର ଚର୍ଚ୍ଚା
ଫି ଦିନ ର ପେଟଚିନ୍ତା ରେ
ଧସେଇ ପଶେ ରାଜନୀତି

ରାଜନୀତି ନା ଜରାନୀତି
ଦଳେ କୁଁପେଟା
ରାଜନନେତାଙ୍କ ର
ପରିବର୍ତ୍ତନ ର ସ୍ୱର
ଆଉ ଦଲେଙ୍କର
ବିକାଶ ର

ସନା ସାହୁ ଅସ୍ତବ୍ୟସ୍ତ
ଗରିବ ମୁହଁ ରେ ଥୋପ
ଯଥା ପୂର୍ଵ ତଥା ପର
କିଏ କଣ ଆଉ ଯୋଡ଼ି ଦବ
ତା ନାଟାକୁ
ସରକାରୀ ଭାତିଆ ଖାତା ରେ

ଯିଏ ପାରିବାର
ସେ ପାରିବାର
ବାଟି ବାଟି ସମ୍ପତି ଥାଇ ବି
ନା ଯୋଚେ
ବିପିଏଲ ତାଲିକା ରେ

କିଛି ଫରକ ନାହିଁ ରେ
ତୁ କେଉଁ ପରିବର୍ତ୍ତନ କୁଁ ଭାବୁ
ଏ ଦଳ ରେ ମାଧିଆ ନା ମୁରବୀ
ଆର ଦଳେ ତା ଭାଇ ମୁଣ୍ଡିଆଳ
କାୟ କର୍ମ ରେ ତ
ଗୋଟାଏ ରକ୍ତ ର ପ୍ରବାହ
କେବଳ କେଇପଦ
କଥାରେ ଫରକ

ଆଉ ଦଳେ କିଛି ନ ବୁଝି
ହୋ ହାଲ୍ଲା କରୁଥିବା ଜନତା

କିଛି ଫରକ ନାହିଁ ରେ
କାଶ୍ମୀର ର ଆତଙ୍କବାଦୀ
ଭ୍ରଷ୍ଟ ରାଜନେତା
କୋଟି କୋଟି ଟଙ୍କା ଖାଇ
ଚମ୍ପଟ ମାରିଥିବା ବଡ଼ପଣ୍ଡା
ତହୁଁବଳି ଗରିବ ର ତଣ୍ଟିକଟା
ଏ କୁଁ ପେଟା ରାଜନେତା

ସନା ସାହୁ ସବୁ ଶୁଣେ
ସବୁ ଜାଣେ
ମିଛ ରେ ହଁ
ସତରେ ହଁ
ଭ୍ରଷ୍ଟାଚାର ହେଉଛି ତ
ହେଉ
ପରିବର୍ତ୍ତନ ଆସିବ ତ
ଆସୁ
ବେମତଲବ ର ଚର୍ଚ୍ଚା ରେ

ତାର ତ ଆଉ ଦି କପ
ଚା ବିକିବା ର ଫିସାଦି
କଥା ଲମ୍ବିଚାଲୁ
କେହି ଜଣେ ଧୂଆ ଦିଏ
ସନାଟା ରାଜନୀତିଆଟାଏ ବୋଲି

ଶାରଦା ପ୍ରସାଦ ପରିଡ଼ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍