STORYMIRROR

Sarada Parida

Others

3  

Sarada Parida

Others

ଇଚିରି ମିଚିରି

ଇଚିରି ମିଚିରି

1 min
27.1K




ପକ୍ଷୀର କୂଜନ

ମଧୁର ସ୍ପନ୍ଦନ

ଗହ ଗହ ଫୁଲ ହାଟ

ଆକାଶ ଛାତିରେ

କୁହୁଡି ଚଦର

ପିନ୍ଧି ଧରଣୀର ସୁନା ପାଟ

ପୃଥିବୀ ଚାହିଁଛି

ଆକାଶର ଆଡେ

ଆକାଶ ଆଖିରେ ନୀର

ବୁକୁ ମେଲି ସିଏ

କରିଛି କି ସିଏ

ସତେ କି ପ୍ରତୀକ୍ଷା କାର


ଇଚିରି ମିଚିରି

ଧାନ ଚିରି

ବହୁଚି କୋହଲା ବାଆ

ଦୂର ଦେଶୀ ବନ୍ଧୁ

ଆସିଛି ମୋ ଦେଶେ

ଆକାଶ ମେଲିଛି ହିଆ


ମାରନା ମାରନା

ସାରନା ଶରଣ

ଅକାରଣେ ଗଲେ ନାଶ

ଜିଭ ର ସୁଖ ତ ଅଳିକ ହେ ବନ୍ଧୁ

ଯଶ ଯେତେ ଯିବ ନାଶ


ସୁନୀଳ ଅମ୍ବର ସୁନୀଳ ସାଗର

ସୁନୀଳ ମୋ ନଈ ପଠା

ଦୂର ଦେଶୀ ବନ୍ଧୁ

ନ ଆସିଲେ ମିତ

ଶ୍ରୀହୀନ ସିନା ତା ଶୋଭା


ନକର ନକର

ସେ ହୀନ ବିଚାର

ପରବାସୁଁ ଯାନ୍ତୁ

ପକ୍ଷୀ ବନ୍ଧୁ ମୋର

ନ ଜାଣ କି ଦୁଃଖ

ପରବାସ ର

ପର ରାଇଜ ରେ

ଯମ ପୁର ଗଲେ

ସେ ଦୁଃଖ କୁ ହେଜ

କ୍ଷଣ ମାତାର


ହସୁ ଏ ଆକାଶ

ହସୁ ଏ ଚିଲିକା

ହସୁ ଗାଁ ନଈ ପଠା

କିଚିରି ମିଚିରି

ଧାନଚିରି ଚିରି

ହସୁ ସେ ମାଳତୀ ଲଟା


ଶାରଦା ପ୍ରସାଦ ପରିଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍