STORYMIRROR

Sarada Parida

Others

2  

Sarada Parida

Others

ମସ୍ତିଷ୍କ

ମସ୍ତିଷ୍କ

1 min
385


*** ****
କେଡେ ନିଶ୍ଚିନ୍ତ ରେ
ସୋଇଯାଏ ଏ ସହର
ମାଳ ମାଳ ବତୀଖୁଣ୍ଟ
ଦିନ କୁ ଛଳଥିବ ଆଲୁଅ
ଭୟ ର ଠାବ ନାହିଁ

କେଉଁଠୁ ଆସନ୍ତି ସେମାନେ

ବିଜ୍ଞାନ ର ମାପ ରେ
ଓଜନ ମାତ୍ର ଚଉଦସ ଗ୍ରାମ
ଗୋଟାଏ ଖିଅ ବିଗିଡ଼ିଲେ
ତେଣିକି ସେମାନେ
ଚଳତମାନ ଶବ
ବୁଜୁଳାଏ ଦୁଃଖ କୁ କାଖେଇ
କେଉଁ ମଣିଷ ପଣିଆ ର
ସନ୍ଧାନ ରେ
ବାହାରି ଯାଆନ୍ତି କେଜାଣି !

ଏ ସହର
ନିର୍ଜୀବ ମାନଙ୍କର

ରେଳଗାଡି ର ଡବା
ଇଞ୍ଜିନ କୁ ପିଛାକଲା ଭଳି
ସମସ୍ତେ ପଛ କୁ ପଛ ଧାଁନ୍ତି

ସହ, ହଜାର, ଲକ୍ଷ, କୋଟି
ଅର୍ବୁଦ, ଖର୍ବୁଦ
ଆଶା ଜମାଟ ବାନ୍ଧିବାକୁ
ଡେରି ନାହିଁ !

ଏ ସହର ରେ ଚକ ଚକ
ରଙ୍ଗ ର ଭିଡ
ଢେର ରାତି ଯାଏ ଚି଼ଏଁ ଏ !

ଅଧ ରାତିରେ
ରଙ୍ଗ ର ମୌଳନ ବେଳକୁ ;
ବାବୁ ମା'ଙ୍କୁ ଚାହିଁ ଚାହିଁ
ନିଶ୍ଚୟ ମୁଣ୍ଡ କୋଡୁଥିବ କଉଠି
ରାସ୍ତା କଡ଼ ରେ
ପସରା ଦେଇଥିବା
ଅଭାବୀ ଲୋକଟାଏ

ପୁଣି ମନକୁ ମନ ବୋଧ
ସବୁଦିନ ସମାନ
ଯାଏନି ରେ ମନୁଆ

ସେଇ ବାସି ବଳକା ଖାଦ୍ୟ ରେ
ସେଇ ହତଭାଗ୍ୟଙ୍କର ନା ଲେଖା
ଥୋକେ ହାତ ଟେକା
ଆଉ ଥୋକେ
ଏ ସହର ର ଡଷ୍ଟବିନ ରୁ ଆହୁତ

ମୃତ୍ୟୁ ପାଇଁ ସଂଘର୍ଷ
କାମ୍ୟ ସେ
ଜୀବନ ମୂଲ୍ୟହୀନ
ଅନ୍ତତଃ ମୃତ୍ୟୁ ଦେଉ ଏ ସହର
ଯେମିତି ମଣିଷଟାଏ
ମୃତ୍ୟୁ ଚାହେଁ

ମୃତ୍ୟୁ ଲୁଚକାଳି ଖେଳେ
କେହି ନଥାନ୍ତି
ଦେଖିବାକୁ ସେ ପରିହାସ

ସେମିତି ଠୋ ଠୋ ହସେ ମୃତ୍ୟୁ
ତାନେ ଜୀବନ
ତାନେ ମସ୍ତିଷ୍କ କୁ
ହରେଇଥିବା ମଣିଷ

ସେମାନଙ୍କୁ ନାକ ଟେକୁଥିବା
ଏ ସହର
ଖୁବ ନିଶ୍ଚିନ୍ତ ରେ
ଶୋଇଯାଇଥାଏ ସେତେବେଳେ

ଶାରଦା ପ୍ରସାଦ ପରିଡ଼ା
ହରିପା
ଜଗତସିଂହପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍