STORYMIRROR

Sarada Parida

Inspirational

3  

Sarada Parida

Inspirational

ଆକାଶ

ଆକାଶ

1 min
14.1K


ପୁଅରେ ଆକାଶ ଦେଖିଛୁ

ଦେଖିଛୁ

ତାରା ମାନଙ୍କୁ ହସିବାର

ଆକାଶର ଦୁଃଖ କେତେ..

ସୁଖ କେତେ

କେବେ ଦେଖିଛୁ

ଆକାଶର ଆଖିରେ ଲୁହ

ଗୁରୁ ଗମ୍ଭୀର ହେବାର ବର୍ଣ୍ଣ ତାର

ସେ ନୀଳ କାହିଁକି

ବକ୍ଷରେ ଅୟୁତ ନକ୍ଷତ୍ର

ଅଗଣିତ ଚନ୍ଦ୍ରର ଜୋଛନା

ତଥାପି ଅସ୍ପଷ୍ଟ ସେ ଆକାଶ…..

ଥରେ ଆକାଶକୁ ଚାହଁ

ତାରାମାନଙ୍କୁ ହସିବାର ଦେଖିବୁ

ଦେଖିବୁ ସୌଦାମିନୀର ଔଦ୍ଧତ୍ୟ

ବାରିଦର କ୍ଷଣକର ଅଭିମାନ

ଆଲୋକକୁ ଜିଣି ଯିବାର

ଦୁର୍ବାର ଅଭିମାନ

ପୁଣି ଆଲୋକର ବିଜୟ....

ତଥାପି ନିର୍ବିକାର ସେ ଆକାଶ

ଦୁଃଖ ନାହିଁ ସୁଖ ନାହିଁ

ପର ଅବା ଆପଣାର ନାହିଁ

ସେମିତି ଚାହିଁଛି ଚାହିଁଥିବ ନିର୍ଲିପ୍ତରେ ତାର ନିର୍ବିକାର ଗମ୍ଭୀରତାର

ନୀଳିମାକୁ ଢାଙ୍କି ଦେଇ

ପୁଅରେ ଆକାଶକୁ ଦେଖିବୁ

ପାରିବୁ ତ କରିଦେବୁ

ଛାତିଟାକୁ

ଆଞ୍ଜୁଳାଏ ଆକାଶର ପ୍ରତିବିମ୍ବ

ଯେଉଁଠି ସବୁକିଛି ଏକାକାର ହେବ

ତେଣିକି କେହି ନଥିବେ

ଶତ୍ରୁ ମିତ୍ର ଅବା ପର ଆପଣାର…

ସାରଦା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational