STORYMIRROR

Jagannath Das

Inspirational

3  

Jagannath Das

Inspirational

ବିଜୟା ଦଶମୀ

ବିଜୟା ଦଶମୀ

1 min
137


କାଳ ହେଲା ବିଜୟା ଦଶମୀ ଗୋ ଜନନୀ

ଚାଲି ଯିବୁ ମର୍ତ୍ତ୍ୟ ଛାଡି ସ୍ୱର୍ଗକୁ

ଶିବାନୀ


ନଭ ନାହିଁ ନିରି ମଳ

ତୁଟିନି ଜଳଦ ଜାଳ 

ତ -ଏଇ ଧରଣୀ....


ଜଳ ସ୍ଥଳ ନଭ କେତେ ଶୋଭା ପରକାଶେ

ବନ ତରୁ ଲତା ଗୁଲ୍ମ କୁସୁମରେ ଵାସେ


ପକ୍ଷୀ ପନ୍ତି ନାନା ଜାତି

ଗାଉଛନ୍ତି ଜୟଗୀତି

ତୁ କରୁଣା ମଣୀ......


ଗଲା ତିନି ଦିନ ବିତି 

ପୂଜାର ମଜାରେ

ଦିନ ତିନୋଟିହେ 

ଗଲା ନିମିଷ ପ୍ରକାରେ


ଲିଭି ଯାଏ ଆଶା ଦ୍ବୀପ

‍ସଂଗେ ଅଖଣ୍ଡ ପ୍ରଦୀପ

ମୋ ହୃଦରେ ପୁଣି......


ଶିଳ୍ପୀ ବଣିଜ କୃଷକ

 କେତେ ଭାବି ଥିଲେ

ଗୃହୀ ଯଜକ ଯାଜକ 

ମନେ ରଚିଥିଲେ


ସବୁଥିରେ ତୋ ପ୍ରକାଶ

ରୂପ ମାଧୁରୀ ଆଶିଷ 

ମୁଖେ ଜପୁ ପୁଣି...


ନାହିଁବି ମୁଖେ ମଧୁରିମା 

ଆମ୍ଭ ଭିତରେ

ବୋଳା ବିଷାଦ କାଳିମା 

ତୋ ଯିବା କଥାରେ


ଦୁଃଖ ଲାଗେ ତଵ ପାଇଁ 

କେଣେ ଯାଅନି ହେ ଜନନୀ

 ଚିନ୍ତାରେ ପୁଣି.....


ଦିଅ ମା ଲୋ ଶୁଭାଶିଷ 

କରିଛି ମାନସ

ବିଜୟା ପ୍ରଣତି ଘେନ 

ଏ ଧରା ବିରସ


ମାଲୋ ତୁହି ମୁକ୍ତି ଦାୟୀ 

ଦୁର୍ଗା ନାମ ଧ୍ୟାୟି 

ମୁଁ ଜପ କରଇ ପୁଣି.....


ନମସ୍ତେ ନମସ୍ତେ ମାଗୋ 

ଗଣଧି ନାୟିକା

ଖାଟ୍ବାଂଗିନୀ, କପର୍ଦ୍ଦିନୀ 

ଓଁ କାର କାରିକା


ସହସ୍ର ପ୍ରଣତି ମୋର

ନେଇ ଦୋଷ କ୍ଷମା କର

 ମା ଦୁର୍ଗା ସ୍ମଶାନୀ..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational