STORYMIRROR

Jagannath Das

Romance Inspirational

3  

Jagannath Das

Romance Inspirational

ବିରହି ମନ

ବିରହି ମନ

1 min
175


କହ କହ ଦୟା ବହି କେମନ୍ତେ କାନ୍ଦୁ ତୁ ସହୀ, କେଉଁ ଦୁଃଖ ପାରା ବାରୁ ଏ ନୀର ଆଣି


ସେ କାନ୍ଦଣା ବସି ବାରେ, ଶିଖାଅ ବସି ମୋ ଦ୍ୱାରେ, ଶିଖାଅ ଗୋ ପ୍ରିୟେ !ତଵ ବିଷାଦ ବାଣୀ...


ମହା ବିରହୀଣୀ ସାଜି, କନ୍ଦା ଅ ମୋତେ ଗୋ ଆଜି, ନୟନୁଁ ଗଡ଼ାଇ ଲୁହ ଲୋତକ ଧାରା


ଝର ଝର, ଝର ଝର, ଝରୁ ମୋ ନୟନୁଁ ନୀର, ଭାସି ଯାଉ ଅଶ୍ରୁ ଜଳେ ବକ୍ଷ ଟି ସାରା...


ତିନି ଦିନ ହେଲା ମୁହିଁ,

ଦୁଃଖେ ଯାଇ ଅଛି ରହି,

ଭାବୁଅଛି ସଦା ମୁହିଁ, କେତେ କାନ୍ଦିବି


କାନ୍ଦଣା ତୋ ଆସୁନାହିଁ,

କାନ୍ଦି ମୁହିଁ ପାରୁନାହିଁ, ମନେ ମନେ କାନ୍ଦେ କଇଁ,କେତେ ସୁଣ୍ଡ୍ରିବି...


ତୁହି କରି ଛଳ ଛଳ,

କରି ଏ ନେତ୍ର ଯୁଗଳ,

ଭସାଇ ବାରିଧି ତୁହି ଖେଳୁ ବହନେ


କ୍ରନ୍ଦନେ ଭସାଇ ଧରା

ନୂଆ ବର୍ଷ ପୂର୍ବୁ ପରା

ବହୁ ଅଛି ନୀର ମୋର, ସ୍ଥିର ନୟନେ


ଏକାକୀ ବସିଣ ମୁହିଁ,

ଆକୁଳ ଅଧୀର ମନେ,

ବସିଛି ଗଗନେ ଚାହିଁ, ଦୁଃଖିତ ମନେ


ମୋର ପାଇଁ କେହି ନାହିଁ,

କିଏ ବା ଶୁଣିବ କାହିଁ,

କାନ୍ଦି ବି ମୁଁ ପାରୁନାହିଁ,ମୁହଁ ଲୁଚାଇ


ଯେତେବେଳେ ଏହା ଭାବି,

ନିରୋଳା ରେ ମୁଁ କାନ୍ଦି ବି,

କାନ୍ଦିବାକୁ ଦିଏ ନାହିଁ, ଲଜ୍ଜ୍ୟା ମୋହର


ମରମ ଭୁବନ ଦହି, ବିରହେ ଚିର ବିରହୀ, କେମିତି ଝରୁ ମୋ ମୁଖୁ, ବିଷାଦ ଚିର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance