STORYMIRROR

Jagannath Das

Classics Inspirational

3  

Jagannath Das

Classics Inspirational

ଭିକ୍ଷା ଦେଇ ପୂର୍ଣ୍ଣ କର ଥାଳ

ଭିକ୍ଷା ଦେଇ ପୂର୍ଣ୍ଣ କର ଥାଳ

1 min
230


ଗୋ ଦେବୀ

ଭିକାରୀ ମୁଁ ଆସିଅଛି

ଶୁଣି ତଵ ଯଶ

ମାଗିବାକୁ ବୁକୁ ପାତି ସମ୍ପଦ ବିଶେଷ

ଦାତ୍ରୀ ପଣେ ଦିଅ ପରିଚୟ

ପ୍ରଥମ ମାଗୁଣି ଦିନେ ନ କର ଗୋ ଧର୍ମ ଅପଚୟ.।


କ୍ଲାନ୍ତ ମୋର ପଦ ଅଙ୍ଗ

ଘାରେ ଅବସାଦ

ଯୌବନ ର ତୀବ୍ର ପୀଡା

ଭରେ ମନେ ଖେଦ

ଦିଅ ମୋତେ ତମେ ଯୌବନ ବତୀ

ନିବେଦିବି ଅନ୍ତର ରେ ଗୋପନ ମିନତୀ ।


ତୃଷ୍ଣା ଜ୍ୱାଲେ ଅଧରେ ମୋ

ଯାଏ ଦେବୀ ଶୁଖି

ବକ୍ଷରେ ଦହନ ଗୁରୁ

ମରମେ କାକୁତି

ଦେଇ ଦିଅ ମୋତେ ତୋ ଜଳଦକୁନ୍ତଳା

ତରୁଣ ଭିକ୍ଷାର୍ଥୀ ଆଜି ମେଲିଅଛି

ପ୍ରାଣ ନାଟ ଶାଳା

ନୀରବେ ପହୁଡ଼େ ବୀଣା

ମଉନ ନିର୍ଜୀଵ

ଲିଭି ନାହିଁ ମାନସୀ ର କରି

ଅନୁଭବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics