STORYMIRROR

Jagannath Das

Abstract Inspirational

3  

Jagannath Das

Abstract Inspirational

ମନେପଡେ

ମନେପଡେ

1 min
224


ମନେପଡେ ମୋର ପିଲା ଦିନ କଥା,

ମନେ ପଡେ ମୋର ମଧୁର କାଳ,


ମନେ ପଡେ ସେହି ମଧୁ ବସନ୍ତ,

ଜୀବନ ର ସେହି ସୁଖ ସଖାଳ


ତୋ ତୀର କାନ ନେ, ସେ ଘନ କୁଟିରେ,

ଜନମିଲି ଯହିଁ ଗରିବ ପୁଅ


ଏ ନବ ବରଷେ, ପୌଷ ର ଶେଷେ,

ବାଳୁତ ଟି ଖେଳେ, ମନରେ ମୋହ


କାଲୁଆ ପବନ ଧୀରେ ଧୀରେ ଆସି,

ଚୁମି ଦିଏ ମୋର ବାଳୁତ ତନୁ


ବଢିଛି ବାଳକ ଏ ନଦୀ କୋଳେ ଲୋ,

ତୋର ସଇ କତେ ଖେଳିଲା ଦିନୁ


ରଜନୀ ପାହିଲେ ତୋର ସଇ କତେ,

ଯାଉ ଥିଲି ଧଇଁ ତୋହରି ପାଶେ


ସାଥୀ ମନେ ତହିଁ, ବିତୁ ଥିଲା କାଳ,

କେତେ କୌତୁକ ଖେଳ ବିଳା ସେ


ସେ ଦିନ ର ସାଥୀ, କୁଆଡେ ଗଲେଣି,

ଦି ଦିନ ର ଫୁଲ ପଡିଛି ଝରି


ଏହି କଥା ସବୁ, କେ ଗଣି କହିବ,

କହିବ ସେ କଥା ସବୁ ସୁମରି


କାହିଁ ଗଲେ ସେହୁ, କିଏ କହିବ ଲୋ,

ଏ ଜୀବନେ କାହିଁ ହେଉନି ଦେଖା


ଏ ଜୀବନ ପରେ, ହୁଏ କି ଭେଟ ଲୋ,

କିଏ ଯାଣିଛି ସେ ଅଜଣା ଲେଖା


ବନ୍ଧୁ ବୋଲି ଭାବି, ବଧୂ କୁ ଖୋଜୁଛି,

ବଧିରା ହେଲାଣି ଦେହ


ଭୁଲି ହେଉନାହିଁ, ପିଲାଦିନ କଥା

ଭୁଲି ନୁହେଁ ସାଥୀ ମୋହ


ମୁଁ ଭାବେ ମୋ ପାଇଁ, ଫୁଲ ମଧୁ ଭରା, ମୋହରି ଲାଗି ତା ମହକ ଛୁଟେ


ସତେ ତା ପରାଣ ର, ଦୟିତ ମୁଁ ଦୟାପର

ମୋ ପାଇଁ ପ୍ରାୟ ତାର ସୁଶମା ଛୁଟେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract