STORYMIRROR

Niranjan Mishra

Abstract

3  

Niranjan Mishra

Abstract

ସିଦ୍ଧିଦାତ୍ରୀ

ସିଦ୍ଧିଦାତ୍ରୀ

1 min
155


ମାତା ସିଦ୍ଧିଦାତ୍ରୀ ନବମ ଶକତି

ସର୍ବ ସିଦ୍ଧି ପ୍ରଦାୟିନୀ

ଦୁର୍ଗା ମାତାଙ୍କର ଶେଷ ରୂପ ନିଜେ

ଅନନ୍ତ ଫଳ ଦାୟିନୀ ।୧।

ସିଂହାସୀନା ମାତା ପଦ୍ମାସୀନା

ଚତୁର୍ଭୁଜା ଗଦା ଦକ୍ଷ କର

ଚକ୍ର ଧରିଛନ୍ତି ନିମ୍ନ ଦକ୍ଷ କରେ

ପଦ୍ମ ଅଛି ବାମ କର ।୨।

ଶଙ୍ଖ ଶୋଭାପାଏ ନିମ୍ନ ବାମ କରେ

ସ୍ମରଣ ଧ୍ୟାନ ପୂଜନ

କରିଲେ ତାଙ୍କର ସର୍ବ ସିଦ୍ଧି ପାଏ

ସାଧକ ଭକତ ଜନ ।୩।

ନବରାତ୍ର ପୂଜା ନବମ ରାତ୍ରରେ

ମାଆଙ୍କର ପୂଜା କରି

ସକଳ ସିଦ୍ଧି ମିଳଇ ସାଧକକୁ

ଲଙ୍ଘଇ ସେ ଭବବାରି। ୪।

ମାତୃକୃପା ବଳେ ଏ ଦୁଃଖ ସଂସାରେ

ସାଧକ ନିର୍ଲିପ୍ତ ରହି

ସକଳ ସୁଖକୁ ଭୋଗ କରି ସାରି

ମୋକ୍ଷ ପ୍ରାପତ ହୁଅଇ ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract