ବିଜ୍ଞାନ
ବିଜ୍ଞାନ


ପ୍ରକୃତିରାଣୀ ଓଢଣୀ ଟାଣି
ବସି ରହିଛି ସିନା ।
ଓଢଣୀ ଖୋଲି ପରଖି ତାକୁ
ବିଜ୍ଞାନ ଆଣେ କିନା ?
ବିଶେଷ ଜ୍ଞାନ ଅଟେ ବିଜ୍ଞାନ
ପରା ଅପରା ସବୁ ।
ପ୍ରକୃତି ସତ୍ତା ବିଜ୍ଞାନ ବୋଲି
ଜାଣ ତା ସବୁ ବିଭୁ ॥
ଅହଂ ମିଶାଇ ତା ସଙ୍ଗେ ମନେ
ନିଜେ କର ବିଚାର ।
ସମନ୍ଵିତ ଏ ବିଶେଷ ଜ୍ଞାନ
ବିଜ୍ଞାନ ହେତୁକର ॥
ଏକ ଜ୍ଞାନକୁ ପରଖି ତାକୁ
ବୈଜ୍ଞାନିକ ସିଦ୍ଧାନ୍ତ ।
ଅନୁମାନ ଓ ପ୍ରମାଣ ସହ
ବିଜ୍ଞାନ ହୁଏ ଖ୍ୟାତ ॥
ସୁବ୍ୟବସ୍ଥିତ ପ୍ରଣାଳୀ ସହ
ପଦାର୍ଥ ବସ୍ତୁ ଆଦି ।
ଆଲୋଚନା ପରୀକ୍ଷା ନୀରିକ୍ଷା
ଗବେଷଣା ସମ୍ପାଦି ॥
ଅନୁମାନ ପଠନ ଶିଖିବା
ଶୈଳୀ ବୁଝ ବିଜ୍ଞାନ&n
bsp;।
ପ୍ରାକୃତିକ ସାମାଜିକ ଓ
ଆନୁଷ୍ଠାନିକ ବିଜ୍ଞାନ ॥
ପଦାର୍ଥ ତଥା ବସ୍ତୁ ବିଜ୍ଞାନ
ପଦାର୍ଥମାନଙ୍କର ।
ଗତି ଶକତି ବଳ ସମ୍ବନ୍ଧେ
ବିସ୍ତୃତିର ଆଧାର ॥
ରସାୟନ ବିଜ୍ଞାନ ଗଠନ
ଗୁଣ ପରିବର୍ତ୍ତନ ।
ପ୍ରତିକ୍ରିୟାଶୀଳତା ଆଧାର
କରଇ ପ୍ରଖ୍ଯାପନ ॥
ଉଦ୍ଭିଦ ଜୀବ ପ୍ରାଣୀ ବିଜ୍ଞାନ
ସାମାଜିକ ବିଜ୍ଞାନ ।
ଗଣିତ ପ୍ରାକୃତିକ ବିଜ୍ଞାନ
ପୁଣି ମନୋବିଜ୍ଞାନ ॥
ତଥ୍ୟ ସଂଗ୍ରହ ତର୍ଜମା ତାର
ଅନୁମାନ ପରୀକ୍ଷା ।
ନୀରିକ୍ଷା ଯୁୁକ୍ତିିଯୁୁକ୍ତତା ସହ
ଉପସଂହାର ଶିକ୍ଷା ॥
ନୂତନ ଉଦ୍ଭାବନ ଅଥବା
ଆବିଷ୍କାର ବାରତା ।
ବିଜ୍ଞାନ ଦିଏ ଆଲୋକ ଦୀପ୍ତି
ବୈଜ୍ଞାନିକ ତା ପିତା ॥