STORYMIRROR

Minakumari Tahala

Action

3  

Minakumari Tahala

Action

ଅନୁଭୂତିଅ*******ଟ୍ରେନ ରେ ବସି ଯ

ଅନୁଭୂତିଅ*******ଟ୍ରେନ ରେ ବସି ଯ

1 min
177


ଜଗତର ନାଥ କାଳିଆ ସାଆନ୍ତ

ଭାବଗ୍ରାହି ଚକା ଆଖି

ପାପ ପୂଣ୍ୟ ମୋର ତୁମରି ଖାତାରେ

ତୁମେ ପ୍ରଭୁ ଏକା ସାକ୍ଷୀ।


ଜୀବନ ନାଟକରେ ସତ ମିଛ କେତେ

କରିଅଛି ଅଭିନୟ।

ଆଶା ଟିଏ ପୁରଣ କରିବା ପାଇଁ

 କେତେ ଯେ ଝରିଛି ଲୁହ 

ଆଶାୟୀ କେତେ ଯେ ବଳି ପଡିଛନ୍ତି

ଛାଡ଼ି ଦେଇ ନିଜ ମୋହ।


ଏହି ଭଳି କେତେ ଖେଳ ଖେଳି ଅଛି

ହାରିବା ଜିତାକୁ ନେଇ

ମିଛ ମାୟା ସବୁ ଜାଣିଲା ବେଳକୁ

ବୟସଟା ଆଉ ନାହିଁ।


ଯାହା ଅରଜିଛି ପାପ ପୂଣ୍ୟ ମୋର

ତୁମ ପାଦେ ଦେଲି ଥୋଇ

ବିଚାର କରିଣ ଯା‌ହା ଦଣ୍ଡ ଦେବ 

ସବୁ ପୁଣି ନେବି ସହି।


ଏତିକି ମାଗୁଣି କରୁଅଛି ପ୍ରଭୁ

ମନା ଯେ କରିବ ନାହିଁ

ରଥରେ ବସି ଯାଉଥିବା ବେଳେ

କଣେଇ କି ଦେବ ଚାହିଁ।


ସେ ଚକା ଆଖି କୁ ଚାହିଁ ଚାହିଁ ପରା

ଏ ପ୍ରାଣ ଟି ଚାଲି ଯାଉ

 କ୍ଷମାର ହାତ ଟି ବଢାଇ ଦେବ ହେ

କୃପାସିନ୍ଧୁ ମହାବାହୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action