STORYMIRROR

Minakumari Tahala

Romance

4  

Minakumari Tahala

Romance

ବିଶ୍ଵ ର ହିତରେ ପ୍ରେମ

ବିଶ୍ଵ ର ହିତରେ ପ୍ରେମ

1 min
50


ନୀଳ ଆକାଶ ର ନୀଳ ଫରଦ ରେ 

ଘନ କାଳିମା କୁ ନେଇ

ମେଘ ରାଜା ବସି କବିତା ଲେଖ ଇ

ତା ପ୍ରୀୟା ଧରଣୀ ପାଇଁ।

ପ୍ରେମ ଓ ପ୍ରୀତି ର ଅଭେଦ ସଂପର୍କ 

ସେଥି ପାଇଁ ଯାଏ ଝରି

ମୌନୀ ମାଟି ଯେ ସେହି ପିରତି ରେ 

ଲାଜରେ ଯାଏ ବତୁରୀ।

 ନଇ, ଝରଣା, ବଣ, ଜଙ୍ଗଲ ,ବିଲ 

 ଡଙ୍ଗର ପଡ଼ିଆ ଭୂଇଁ 

ବରଷା ମାଟି ର ମିଳନ ରେ ସୃଷ୍ଟି 

ହସେ ଯେ ପୁଲକ ହୋଇ ।

ନଇ ବୋହି ଯାଏ କୁଳୁ କୁଳୁ ନାଦେ 

ବରଷା ର ସ୍ପର୍ଷ ପାଇ 

ମାଟି କୁ ବରଷା ଭଲପାଏ ବୋଲି 

ଏକଥା ଦିଏ ଯେ କହି ।

ମାଟି ର ଦେହ କୁ ବରଷା ଯେପରି 

ଋତୁ ହୋଇ ଦେଲା ଛୁଇଁ 

ସବୁଜ ରଙ୍ଗରେ ପ୍ରେମିକା ଧରଣୀ 

ଉତ ଫୁଲିତ ହେଉଥାଇ ।

ସବୁଜ ଶାଢ଼ୀ କୁ ନାଇ ଏ ଧରଣୀ 

ଦିଶୁଥାଏ ଭାରି ସୁନ୍ଦର 

ସେହି ସୁନ୍ଦରୀ କୁ ମେଘ ରାଜା ପରା

କରୁଥାଏ ବେଶି ଆଦର।

ମେଘ ଓ ଧରଣୀ ମିଳନ କେବଳ 

ନିୟତି ର ନିର୍ଦ୍ଦେଶରେ 

ବିଶ୍ଵ ର ହିତରେ ପ୍ରେମ ଯେ ସୁନ୍ଦର 

ଚିର, ଶ୍ଵାସତ ଏଠାରେ।

ବିଶ୍ଵ ପ୍ରେମ ମୟ ପ୍ରେମ ହେଉ ଜୟ 

ବରଷା ଧରଣୀ ପରି

ପ୍ରେମ ଟି ଏ ଥିଲେ ହୃଦୟ ଭିତରେ 

ଫେରିବା ଯେ ଜୟ କରି।

ଜୟ ବିଶ୍ଵ ପ୍ରେମ ଅନନ୍ତ ଅସୀମ 

ମହନୀୟ ହୋଇ ବାସେ

ସେହି ସୁରଭି ରେ ଏ ବିଶ୍ଵ ବ୍ରହ୍ମାଣ୍ଡ 

ସୁଶୋଭିତ ହୋଇ ହସେ।

ଏହି ସାରା ବିଶ୍ବ ପ୍ରେମ ରେ ବନ୍ଧା ଏକ କୁ ଆରେକ ନେଇ

ମେଘ ରାଜା ପରା କବିତା ଭିତରେ ପ୍ରେମ କଥା ଦେଲେ କହି।

ନିଃସ୍ୱାର୍ଥ ପ୍ରେମ ର ଜୟ ହେବ ଦିନେ

ସ୍ଵାର୍ଥ ଦିଅ ତ୍ୟାଗ କରି 

ଭକ୍ତି, ଶ୍ରଦ୍ଧା, ସ୍ନେହ ହୃଦୟ ରେ ଥିଲେ 

ବିପଦରୁ ହେବା ପାରି।

ପ୍ରେମ ହିଁ ମହାନ ସୁନ୍ଦର ଶାଳୀନ 

ଭାବ ଦେବା ନେବା ପରି 

ବିଶ୍ଵ ହିତ ପାଇଁ ଦୂର ଆକାଶରୁ 

ବରଷା ଆସି ଝରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance