Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Mishra Manasi

Romance

5.0  

Mishra Manasi

Romance

ସ୍ବପ୍ନ ନାୟିକା

ସ୍ବପ୍ନ ନାୟିକା

1 min
1.1K


ସ୍ୱପ୍ନ ଗୋତୁମେ ମୋ ମନ ଆକାଶେ

ଶାରଦୀ ଜହ୍ନ ଜ୍ୟୋତ୍ସ୍ନା

ମହୁଆ ମାଦକ ସଂଜୁଆ ବେଳାର

ସଜ ଶେଫାଳୀର ବାସ୍ନା ।

କେବେକେବେ ତୁମେ ସ୍ନିଗ୍ଧ ଛଳ ଛଳ

ପାହାଡୀ କନ୍ୟାର ହସ ।

 ଗଭୀର ନିଶିଥେ ପ୍ରେମ ପ୍ରଣୟିନୀ

 ନୀଳ ନୟନାର ସ୍ପର୍ଶ ।

ସ୍ୱପ୍ନ ଗୋ ତୁମେ ଲାସ୍ୟମୟୀ କେଉଁ

ନର୍ତ୍ତକୀ ରୂପଲେଖା

ମୋ ମନ କୋଣାର୍କ ପାଷାଣ ବୁକୁରେ

ଛନ୍ଦମୟୀ ନାୟିକା ।

ଫୁଲ ଫଗୁଣରେ ରଙ୍ଗ ମହଲରେ

ସ୍ୱପ୍ନ ଗୋ ତୁମେ ଆସ

ମନ ବନାନୀରେ ବୁଣିବୁଣି ଯାଅ

ପ୍ରୀତି ସୁମନର ବାସ ।

କେବେ ଵଇଶାଖୀ କୃଷ୍ଣଚୂଡ଼ା ସାଜ

କେବେ ଶ୍ରାବଣୀ ବଧୂ

ସଜଳ ନୟନୁ ଝାରିଦିଅ ତୁମେ 

ପୀରତି ପ୍ରଣୟ ମଧୁ ।

 ସ୍ବପ୍ନ ଗୋ ତୁମେ ନନ୍ଦନ ବନର

 ଶୁଭ୍ର ପାରିଜାତ ଫୁଲ 

ପାହାନ୍ତି ନିଦରେ ମୋ ପ୍ରାଣ ବୀଣାର

ଅପାଶୋରା ଗୀତି ସ୍ୱର ।

ବିଜନ ବେଳାରେ କେବେ ପାଶେ ଆସ

କେବେ ଦୂରେ ଯାଅ ଘୁଞ୍ଚି

ପ୍ରତିବିମ୍ବ ଖାଲି ମନମୁକୁର ରେ

ପାରେନା ତୁମକୁ ବୁଝି ।


Rate this content
Log in

More oriya poem from Mishra Manasi

Similar oriya poem from Romance