STORYMIRROR

Mishra Manasi

Children

4  

Mishra Manasi

Children

ଅସଜଡା ଋତୁଚକ୍ର

ଅସଜଡା ଋତୁଚକ୍ର

1 min
396

ପ୍ରକୃତି ରାଣୀ ଟା ଋଷି ବସିଅଛି

ଅସଜଡା ଋତୁଚକ

କ୍ରମାନ୍ୱୟେ ଆଉ ସଳଖେ ଚାଲୁୁୁନି

ଗତି ଧଇଲାଣିି ବାଙ୍କ ।।

ନିଆଁଗିଳା ତାତି ଅଜାଡି ଦେଉଛି

ସୂରୁଜ ଆକାଶେ ରହି

ଗ୍ରୀଷମ ତାତିରେ ଅଂଶୁଘାତ ଘାତେ

ପ୍ରାଣଟା ଯାଉଛି ନେଇ ।।

ଶ୍ରାବଣୀ ଆଖିରେ ଲୁୁୁହ ବନ୍ୟା ନାହିଁ

ତୁଳା ଭିଣା ମେଘ ଦିଶେ

ମୌସୁୁମୀ ଆସି ଲୁଚକାଳି ଖେଳେ

ଭାସୁନି ଆଉ ଆକାଶେ ।।

ବୈଶାଖ ମାସରେ ଅକ୍ଷୀତୃତୀୟାରେ

ମୁଠି ଅନୁକୂୂଳ କରି

କୃଷକ ଚାହୁଁଛି ବରଷା ଧାରାକୁ

ଆଖି ପାଣିି ଆଖେ ମାରି ।।

ଆଣ୍ଡାମାନୁ ଆସି କେରଳକୁୁ ଛୁଇଁ

ଜୁନ୍ ମାସ ପହିିିଲାରେ

ଓଡିଶା ପହଞ୍ଚି ମୌସୁୁମୀ ହଜେ

ଚାଷୀ ମୁଣ୍ଡେ ହାତ ମାରେ ।।

ଲଙ୍ଗଳ କଣ୍ଟିଟା କଳଙ୍କି ଧଇଲା

ବରଷାକୁୁ ଚାହିିଁ ଚାହିଁ

ବୁଣା ଧାନ ସବୁ କରଡା ମାରୁଛି

ଖରା ତାତିି ସହିିିସହି ।।

ବରଷା କାଳର କାଦୁଅ ପଚର

ଗାଁ ଦାଣ୍ଡ ଦିିଶୁନାହିଁ

ଚତୁରୁମାସିଆ ପାଳିବାକୁ ଝିିିଅ

ବାପଘର ଯାଉନାହିଁ ।।

ଦିନ ଗଣୁ ଅଛି ଚାଷୀପୁଅ ଏବେ

ଲଘୁଚାପ କେବେ ହେବ

ତାଳୁୁୁଫଟା କ୍ଷେତ ଟାଙ୍ଗରା ଭୂଇଁରେ

ବରଷା ବରଷି ଯିିବ ।

ଲଘୁଚାପ ଚାପ ହେଲା ବରଷା ବର୍ଷିଲା

ମାଠିିିଆ ମୁହଁଁରେ ପାଣିି

ନଈ,ନାଳ,ଖାଲ ପୂରିଗଲା ବିଲ

ଆଣ୍ଠୁଏ ଆଣ୍ଠୁଏ ପାଣି ।।

ଯାହା କିଛି ଥିଲା ଅଳପେ ବହୁତେ

ମୂଳକୁ ନେଲା ଉପାଡି 

ବରଷକ ଭାତ ହାଣ୍ଡି ଧୋଇ ଦେଲା

ଚାଷୀ କାନ୍ଦେ ମୁଣ୍ଡ କୋଡି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children