STORYMIRROR

Mishra Manasi

Children

4  

Mishra Manasi

Children

ଶୁଣି ଯା'ମୋ କଥା

ଶୁଣି ଯା'ମୋ କଥା

1 min
383

ମଣିଷ ଭାଇ,ମଣିଷ ଭାଇ

ଶୁୁୁଣିଯା' ମୋର କଥା

ଜଙ୍ଗଲ ମୁହିଁ କହେ କାହାଣୀ

ମୋର ହୃଦୟ ବ୍ୟଥା ।।

ନିିିଜ ଗୋଡ଼ରେ ମାରୁଛୁୁ କାତି

ଜାଣିନୁ ଭଲମନ୍ଦ

କରତେ କାଟି ମୋହରି ଛାତି 

ଗଢୁଛୁ ଇମାରତ,

ମୋ ବିନା ପରା ବନ୍ଧ୍ୟା

ହୋଇବ ଆମ ଧରଣୀ ମାତା 

ମଣିଷ ଭାଇ,ମଣିଷ ଭାଇ

   ଶୁଣିଯା' ମୋର କଥା ।

ଆକାଶ କୋଳେ ହେବନି ଆଉ

କଳା ବଉଦ ମେଳା

ବାୟୁରେ ବଢି ଅଙ୍ଗାରକାମ୍ଳ 

ବୁୁଡିବ ପ୍ରାଣ ଭେଳା

ଋତୁଚକ୍ର ଋଷି ବସିିଛି

  ଫାଟେ ହିମଗିରି ମଥା

ମଣିଷ ଭାଇ, ମଣିଷ ଭାଇ

   ଶୁଣି ଯା' ମୋର କଥା ।।

ଖାଇବା ପାଇଁ ମୁଠିିଏ ଦାନା

ପିିିନ୍ଧିବା ପାଇଁଁ କନା

ଅଭାବ ହେବ ପଡ଼ି ଦୁର୍ଭିିକ୍ଷ

ଭୋଗି ରୋଗ ଯାତନା

ଜୀବଜଗତ ଧ୍ବଂସ ହୋଇବ

ଲୋଟିବ ତାର ମଥା

ମଣିଷ ଭାଇ,ମଣିଷ ଭାଇ

   ଶୁଣି ଯା' ମୋର କଥା ।।

ଜଙ୍ଗଲ ରକ୍ଷା ଜୀବ ସୁରକ୍ଷା

ଭାବି ତୁ ଥରେ ଦେଖ

ଛାଡି ଗରବ ମନରୁ ଲୋଭ

ନିିିଜକୁ ନିିଜେ ରଖ

ବନୀକରଣ କର ତୁ ଆଜି

ଗରବେ ତୋଳି ମଥା

ମଣିଷ ଭାଇ ,ମଣିଷ ଭାଇ

   ଶୁୁୁଣିଯା' ମୋର କଥା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children