STORYMIRROR

Pranati Mahapatra

Children

3  

Pranati Mahapatra

Children

ଦୁର୍ଗତିନାଶିନୀ

ଦୁର୍ଗତିନାଶିନୀ

1 min
155


ଦୂରିତ ନାଶନେ ଦୁର୍ଗତିନାଶିନୀ

  ନାମ ବହିଲ ଧରାରେ,

ଶାନ୍ତିର ମଳୟ ବହିଲା ସବୁଠି 

 ଜନ ଜୀବନ ଶାନ୍ତିରେ ।


ଅସତ୍ୟ ଉପରେ ସତ୍ୟର ବିଜୟ

  ଅଧର୍ମେ ଧର୍ମର ଜୟ,

ମାଆ ମହାମାୟା ଆସନ୍ତି ଧରାକୁ

  ସର୍ବେ ହୁଅନ୍ତି ଅଭୟ ।


ସର୍ବଦେବଦେବୀ ହୋଇଲେ ଅତିଷ୍ଠ

   ମହିଷାର ଅତ୍ୟାଚାରେ,

ସର୍ବଦେବଦେବୀ ଆୟୁଧ ଧରିଲେ

   ଯୁଦ୍ଧେ ବିଦ୍ଧ ଶୂଳରେ ।


ତ୍ରେତାରେ ରାବଣ ନିହତ ନିମିତ୍ତ

    ରାମଚନ୍ଦ୍ର ପୂଜିଥିଲେ,

ବନଦୁର୍ଗାଙ୍କୁ ଶହେଆଠ ପଦ୍ମରେ

   ପ୍ରଭୁ ସନ୍ତୋଷ କରିଲେ ।


ଦୂରିତ ଖଣ୍ଡନେ ଦୁର୍ଗତିନାଶିନୀ

   ଏକମାତ୍ର ଯେ ସହାୟ, 

ରକ୍ଷାକର ମାଆ ଏ ବିଶ୍ବବାସୀଙ୍କୁ 

   ସର୍ବେ ଆଜି ଅସହାୟ ।


Rate this content
Log in

Similar oriya poem from Children