STORYMIRROR

Ajay kumar Behera

Children Stories

3  

Ajay kumar Behera

Children Stories

"ସୁନ୍ଦର ସୁମନ କଢ଼ି "

"ସୁନ୍ଦର ସୁମନ କଢ଼ି "

1 min
259


ନିଷ୍ପାପ ଶିଶୁଟି        ହସୁଅଛି ଦେଖ

    କେଡ଼େ ସେ ସରାଗେ ପୁଣି

ବିଭୁପାଦେ ତାର       ସମର୍ପଣ ଭାବ

    ଦେଖିଲେ ହେଉଛି ଜାଣି।୧।


ନିରୀହ ଆଖିରେ       କହି ଦିଏ କେତେ

     ସହଜେ ହୁଅଇ ପଢି

କେଡ଼େ ଯତନରେ      ଗଢିଛ ବିଭୁଏ

     ସୁନ୍ଦର ସୁମନ କଢି।୨।


ମନେ ନାହିଁ ତାର       ହିଂସାବାଦ କିଛି

     ଭାରି ନିରୀମଳ ସିଏ

ଜଗତ ହିତରେ       ଜୀବନ ତାହାର

     ସଦା ସେ ଲଗେଇ ଥାଏ।୩।


ହୃଦେ ଦୟା ଭାବ      ଆହା କି ସୁନ୍ଦର

     ବିଶ୍ୱେ ସେ କଲ୍ୟାଣମୟୀ

ସର୍ବ ମଙ୍ଗଳେ ସେ    ମାଆ ମଙ୍ଗଳା ଲୋ

     ଜଗତ ଜନନୀ ସେହି।୪।


ହସି ହସାଏ ସେ     ଭାରି ମନଜିଣା

     ସବୁରି ଭରସା ହୁଏ

ସୁଖରେ ଦୁଃଖରେ     ପାଖେ ପାଖେ ପୁଣି

    ନିତି ସିଏ ରହି ଥାଏ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍